67 ତମ ଜାତୀୟ ରେଳବାଇ ପୁରସ୍କାର ବିତରଣ ଉତ୍ସବ-2022 ଭୁବନେଶ୍ୱର ରେ ଅନୁଷ୍ଠିତ ହେବ

24

67 ତମ ଜାତୀୟ ରେଳବାଇ ପୁରସ୍କାର ବିତରଣ ଉତ୍ସବ-2022 ଭୁବନେଶ୍ୱର ରେ ଅନୁଷ୍ଠିତ ହେବ  |

● ● ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ଵୈଷ୍ଣବ, ରେଳ ରାଜ୍ୟ ମନ୍ତ୍ରୀମାନେ ଭୁବନେଶ୍ୱରରେ ଗୋଟିଏ ଦିନ ରହିବେ।


● ● ରେଳବାଇ ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ରେଳବାଇ ବୋର୍ଡ ସଦସ୍ୟ ମାନେ ଏବଂ ବିଭାଗୀୟ ନିର୍ଦେଶକ ମାନେ ଏହି ଅବସରରେ ଉପସ୍ଥିତ ରହିବେ |


● ● ଉଲ୍ଲେଖନୀୟ ସେବା ପାଇଁ 155 ରେଳବାଇ କର୍ମଚାରୀ ପୁରସ୍କୃତ ହେବାକୁ ଥିବାବେଳେ ଜୋନାଲ ରେଳବାଇ, ଉତ୍ପାଦନ ୟୁନିଟ୍ ଏବଂ ରେଳବାଇ (PSU) ପିଏସୟୁ  ପାଇଁ 21 ଟି ସିଲ୍ଡ ସହିତ ପୁରସ୍କୃତ କରାଯିବ |

67 ତମ ଜାତୀୟ ରେଳ ପୁରସ୍କାର ଉତ୍ସବ-2022 କୁ ଚଳିତ ବର୍ଷ ପୂର୍ବ ତଟ ରେଳପଥ 28 ମଇ 2022 ଦିନ ଆୟୋଜନ କରୁଅଛି |  

 ଶ୍ରୀ ଅଶ୍ୱିନୀ ଵୈଷ୍ଣବ, ମାନ୍ୟବର ରେଳବାଇ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ; ରେଳବାଇ, କୋଇଲା ଏବଂ ଖଣି ବିଭାଗର ମାନ୍ୟବର କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଶ୍ରୀ ରାଓସାହେବ ପାଟିଲ ଡାନଭେ; ରେଳବାଇ ଏବଂ ଟେକ୍ସଟାଇଲର ମାନ୍ୟବର କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଶ୍ରୀମତୀ ଦର୍ଶନା ଜରଦୋଶ 28 ମଇ 2022 ରେ ଓଡ଼ିଶା ଗସ୍ତରେ ଆସି ପୂର୍ବତଟ ରେଳପଥ ଆନୁକୂଲ୍ୟରେ ଭୁବନେଶ୍ୱରର ରେଳବାଇ ଅଡିଟୋରିୟମ ଠାରେ ଆୟୋଜିତ ହେବାକୁଥିବା 67 ତମ ଜାତୀୟ ରେଳ ପୁରସ୍କାରର ଉପସ୍ଥାପନା ସମାରୋହରେ ଯୋଗଦାନ କରିବେ |  

ରେଳବାଇ ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ରେଳବାଇ ବୋର୍ଡର ସମସ୍ତ ସଦସ୍ୟ, ସମସ୍ତ ଜୋନାଲ ରେଳବାଇର ମହାପ୍ରବନ୍ଧକମାନେ, ରେଳବାଇର ଉତ୍ପାଦନ ୟୁନିଟ୍ ଗୁଡିକର ମହାପ୍ରବନ୍ଧକ ଏବଂ ରେଳବାଇର ପିଏସୟୁ ଗୁଡିକର ମୁଖ୍ୟ ମାନଙ୍କ ପରି ମାନ୍ୟଗଣ୍ୟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ରହିବେ |

ରେଳବାଇରେ ଉଲ୍ଲେଖନୀୟ ସେବା ପାଇଁ ମୋଟାମୋଟି ଭାବେ, ବିଭିନ୍ନ ଜୋନାଲ ରେଳବାଇ, ଉତ୍ପାଦନ ୟୁନିଟ୍ ଏବଂ ରେଳବାଇର ପିଏସୟୁ ଗୁଡିକର 155 ଜଣ ରେଳବାଇ କର୍ମଚାରୀ ମାନଙ୍କୁ ପୁରସ୍କୃତ କରାଯିବାକୁ ଥିବାବେଳେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ଦକ୍ଷତା ପାଇଁ ଜୋନାଲ ରେଳବାଇ, ଉତ୍ପାଦନ ୟୁନିଟ୍ ଏବଂ ରେଳବାଇ ପିଏସୟୁ ଗୁଡିକୁ ସର୍ବମୋଟ 21 ଟି ସିଲ୍ଡ ପୁରସ୍କୃତ କରାଯିବ |

ଭାରତୀୟ ରେଳବାଇର ଏହା ହେଉଛି ଏକ ପ୍ରମୁଖ କାର୍ଯ୍ୟ ଯେଉଁଠାରେ ଭୁବନେଶ୍ୱରରେ ରେଳ ମନ୍ତ୍ରଣାଳୟର ଏକ ସମ୍ପୂର୍ଣ୍ଣ କାର୍ଯ୍ୟବଳର ମୁଖ୍ୟମାନେ ଉପସ୍ଥିତ ରହିବେ | ପୂର୍ବ ତଟ ରେଳପଥ ଭୁବନେଶ୍ୱରରେ ଦ୍ୱିତୀୟ ଥର ପାଇଁ ଏହି କାର୍ଯ୍ୟକୁ ଆୟୋଜନ କରିଥିବାରୁ ଗର୍ବିତ ଅନୁଭବ କରୁଛି |

Comments are closed, but trackbacks and pingbacks are open.