୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସ୍ଥଗିତ

14

ଆସନ୍ତାକାଲି ହେବାକୁ ଥିବା ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବକୁ ହାଇକୋର୍ଟ ଙ୍କ ନିର୍ଦ୍ଦେଶରେ ସ୍ଥଗିତ ରଖାଯାଇଛି ।ନିର୍ଦ୍ଦେଶକ ବବି ଇସଲାମ ପୁରସ୍କାର ଚୟନକୁ ନେଇ ଅସନ୍ତୋଷ ପ୍ରକାଶ କରି ହାଇକୋର୍ଟରେ ପିଟିସନ କରିଥିଲେ । ଏହି ପିଟିସନ ଆଧାରରେ ହାଇକୋର୍ଟ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ରାଜ୍ୟ ପୁରସ୍କାର ନିମନ୍ତେ ଘୋଷଣା ହୋଇଥିବା ସମସ୍ତ ୨୭ ବିଭାଗର ପୁନଃ ମୂଲ୍ୟାୟନ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୁନଃ ମୂଲ୍ୟାୟନ କରି କୋର୍ଟ ଏବଂ ପିଟିସନରଙ୍କୁ ଜଣାଇବେ। ଜାନୁଆରୀ ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ।
ନଭେମ୍ବର ୫ ତାରିଖରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ତାଲିକା ଘୋଷଣା କରାଯାଇଥିଲା। ଏହି ଘୋଷଣା ପରେ ବିବାଦ ଦେଖାଦେଇଥିଲା। ସଂଗୀତ ନିର୍ଦ୍ଦେଶକ ବବି ଇସଲାମ୍ କୋର୍ଟରେ ଏକ ମାମଲା କରିଥିଲେ। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ତାଲିକାରେ ସ୍ଥାନ ପାଇଥିବା ଦୁଇ ଚଳଚ୍ଚିତ୍ର ‘ଖୁସି’ ଓ ‘ଗୋଲମାଲ’ ବିରୋଧରେ କୋର୍ଟରେ ପିଟିସନ୍ ଦାଖଲ କରିଥିଲେ।
ତାଙ୍କ ଅଭିଯୋଗ ମୁତାବକ, ଏହି ଦୁଇଟି ଯାକ ଚଳଚ୍ଚିତ୍ର ବାହାର ଭାଷାରେ ନିର୍ମିତ ଚଳଚ୍ଚିତ୍ରର ରିମେକ୍। ଯେଉଁକାରଣରୁ ଓଡ଼ିଆ ସିନେମାର ମୌଳିକତା ନଷ୍ଟ ହୋଇଛି। ତେବେ ଏସବୁ ପ୍ରସଙ୍ଗକୁ ନେଇ ସେ ହାଇକୋର୍ଟରେ ପିଟିସନରେ ଜଣାଇଥିଲେ। କୋର୍ଟ ଏ ନେଇ ସଂସ୍କୃତି ବିଭାଗର ସଚିବ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କ ଠାରୁ ଜବIବ ମାଗିଥିଲେ। ଏହି ମାମଲାର ଆଜି ପ୍ରାରମ୍ଭିକ ଶୁଣାଣି କରି କୋର୍ଟ ପୁରସ୍କାର ଉତ୍ସବ କୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.