ଗୁରୁବାର ଆସିବ ପିଏମ୍-କିଷାନ ଯୋଜନାର ୧୪ତମ କିସ୍ତି, ଚାଷୀ ପାଇବେ ୨୦୦୦ ଟଙ୍କା

25

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍ କିଷାନ ସମ୍ମାନ ନିଧି)ର ୧୪ତମ କିସ୍ତିକୁ ନେଇ ଚାଲିଥିବା ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୨୭, ୨୦୨୩ ରେ କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ରାଶିର ୧୪ତମ କିସ୍ତି ବାବଦରେ ୨ହଜାର ଟଙ୍କା ଲେଖାଏଁ ଟ୍ରାନ୍ସଫର (ପ୍ରେରଣ) କରିବେ।ରାଜସ୍ଥାନର ସିକରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପିଏମ କିଷାନ ସମ୍ମାନ ଯୋଜନାର ରାଶି ଉନ୍ମୋଚନ କରିବେ । ଦେଶର ସାଢ଼େ ୮ କୋଟି କୃଷକଙ୍କୁ ମିଳିବ ୧୭ ହଜାର କୋଟି ଟଙ୍କା । ଏହି ଯୋଜନା ରେ ଦେଶର କୃଷକମାନେ ବାର୍ଷିକ ୬,୦୦୦ ଟଙ୍କା ସହାୟତା ପାଆନ୍ତି, ଯାହାକି ୨ ହଜାର ଟଙ୍କା ଲେଖାଏଁ ୩ଟି କିସ୍ତିରେ ଦିଆଯାଏ ।

ଯଦି ଆପଣ ଜଣେ କୃଷକ, ଓ ଆପଣଙ୍କୁ ପିଏମ କିଷାନ ଯୋଜନାର ଟଙ୍କା ମିଳିବ କି ନାହିଁ ତାହା ଆପଣ ଅନଲାଇନରେ ଜାଣିପାରିବେ । ପିଏମ କିଷାନ ୱେବସାଇଟରେ ହିତାଧିକାରୀ ତାଲିକା ଦେଖିଲେ ଜଣାପଡିବ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିବ କି ନାହିଁ ।

୧୩ତମ କିସ୍ତି ୮ କୋଟି ୨ ଲକ୍ଷ କୃଷକଙ୍କୁ ମିଳିଥିଲା । ୨୦୨୩ ଫେବ୍ରୁଆରି ୨୭ରେ ବେଲଗାଭିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୬,୮୦୦ କୋଟି ଟଙ୍କା ପ୍ରେରଣ କରିଥିଲେ ।

Comments are closed, but trackbacks and pingbacks are open.