କିଟରେ ୧୩ତମ ଜାତୀୟ ମାର୍କେଟିଂ କନ୍‍କ୍ଲେଭ ଅନୁଷ୍ଠିତ

40

ଭୁବନେଶ୍ୱର, ୩ ।୯: କିଟ୍‍ ମ୍ୟାନେଜମେଣ୍ଟ ସ୍କୁଲ୍‍ ପକ୍ଷରୁ ଶନିବାର ୧୩ତମ ଜାତୀୟ ମାର୍କେଟିଂ କନ୍‍କ୍ଲେଭ ଅନୁଷ୍ଠିତ ହୋଇଯାଇଛି । ନୂତନ ପରିସ୍ଥିତିରେ ନୂଆ ବ୍ୟବସାୟ ମଡେଲ୍‍(ନ୍ୟୁ ବିଜିନେସ୍‍ ମଡେଲ୍‍ ଇନ୍‍ ଦ ନ୍ୟୁ ନର୍ମାଲ୍‍) ପ୍ରସଙ୍ଗ ଉପରେ ଅନୁ୍‍ଷ୍ଠିତ ଏହି କନ୍‍କ୍ଲେଭ୍‍କୁ କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ଉଦ୍‍ଘାଟନ କରି କହିଲେ, ଯେ କୌଣସି କ୍ଷେତ୍ରରେ ମାର୍କେଟିଂ ମୁଖ୍ୟତଃ ଗୁଣବତ୍ତା ଓ ଉତ୍କର୍ଷତା ଉପରେ ନିର୍ଭର କରିଥାଏ। ଗୁଣବତ୍ତା ହିଁ ଉତ୍କର୍ଷତାକୁ ଆଗକୁ ବଢାଇଥାଏ। ଫଳରେ ମାର୍କେଟିଂ କ୍ଷେତ୍ରରେ ଆମେ ଯେଉଁ ରାସ୍ତା ଅବଲମ୍ବନ କରିବା ତାହା ସ୍ଥାୟୀ ଓ ବିଶ୍ୱସନୀୟ ହୋଇଥାଏ। ବର୍ତ୍ତମାନ ସମୟରେ ମାର୍କେଟିଂ କ୍ଷେତ୍ରରେ ତଥ୍ୟ ସଂଗ୍ରହ ଓ ତାହାର ବିଷ୍ଲେଶଣ ନିହାତି ଆବଶ୍ୟକ। କାରଣ ବର୍ତ୍ତମାନର ଡିଜିଟାଲ୍‍ ଯୁଗରେ ଉପଭୋକ୍ତା ସମସ୍ତ ପ୍ରକାର ଉତ୍ପାଦ ସମ୍ପର୍କରେ ଇଣ୍ଟରନେଟ୍‍ରୁ ସବୁ ପ୍ରକାର ତଥ୍ୟ ପାଇପାରୁଛି। ଏହା ଆମକୁ ଆମର ମାର୍କେଟିଂ ରଣନୀତି ପ୍ରସ୍ତୁତ କରିବାରେ ଯଥେଷ୍ଟ ସାହାଯ୍ୟ କରିଥାଏ ବୋଲି ପ୍ରଫେସର ସାମନ୍ତ ମତବ୍ୟକ୍ତ କରିଥିଲେ। କନ୍‍କ୍ଲେଭର ବିଷୟବସ୍ତୁ ଉପରେ ଆଲୋକପାତ କରି ଭି-ମାର୍ଟ ରିଟେଲ୍‍ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଲଳିତ ଅଗ୍ରୱାଲ୍‍ କହିଲେ, ବର୍ତ୍ତମାନ ସମୟରେ ଉପଭୋକ୍ତାଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖାଦେଇଛି। ବର୍ତ୍ତମାନର ଡିଜିଟାଲ୍‍ ବିଶ୍ୱରେ ଲୋକେ ବିଶ୍ୱର ସବୁ ବିଷୟରେ ସବୁ ସମୟରେ ସବୁ କିଛି ଜାଣି ପାରୁଛନ୍ତି। ବିଶ୍ୱର ବିଭିନ୍ନ ପ୍ରକାର ଉତ୍ପାଦ ବିଷୟରେ ସବିଶେଷ ତଥ୍ୟ ସହଜରେ ପାଇପାରୁଛନ୍ତି । କନ୍‍ଜପ୍‍ସନ୍‍ ପାର୍ଟନରେ ମଧ୍ୟ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ସମୟରେ ଆମକୁ ମାର୍କେଟିଂ କ୍ଷେତ୍ରରେ ଗ୍ରାହକକେନ୍ଦ୍ରିତ  ଦୃଷ୍ଟିକୋଣ ଆପଣାଇବାକୁ ପଡିବ ବୋଲି ଶ୍ରୀ ଅଗ୍ରୱାଲ୍‍ କହିଥିଲେ । କାରଣ ଗ୍ରାହକମାନେ ହେଉଛନ୍ତି ମାର୍କେଟିଂର ବ୍ରାଣ୍ଡ ଆମ୍ବାସାଡାର। ଉତ୍ପାଦ ସବୁବେଳେ ପ୍ରତ୍ୟେକଙ୍କ ପାଇଁ ମୂଲ୍ୟ ଓ ଲାଭଦାୟକ ହେବା ଆବଶ୍ୟକ ବୋଲି ସେ କହିଥିଲେ। ଏଥିପାଇଁ ଆମକୁ ବ୍ୟବସାୟରେ ସାଧୁୁତା ଏବଂ ଦର ପାଇଁ ମୂଲ୍ୟ ଉପରେ ଦୃଷ୍ଟିଦେବା ଆବଶ୍ୟକ ।

ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ କିଟ୍‍ ମ୍ୟାନେଜମେଣ୍ଟ ସ୍କୁଲ୍‍ର ନିର୍ଦ୍ଦେଶକ  ପ୍ରଫେସର ସରୋଜ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡିନ୍‍ ଡ. ସୁମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଦିନତମାମ ମାର୍କେଟିଂ କନ୍‍କ୍ଲେଭ୍‍ର ପ୍ରସଙ୍ଗ ଉପରେ ପର୍ଯ୍ୟବେସିତ ବିଭିନ୍ନ ବିଷୟ ଉପରେ ପ୍ୟାନେଲ୍‍ ଆଲୋଚନା ଓ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହିସବୁ ପ୍ୟାନେଲ୍‍ ଆଲୋଚନା ଓ କର୍ମଶାଳାରେ ଟେକ୍‍ ମହିନ୍ଦ୍ରାର ଗ୍ଳୋବାଲ୍‍ ମାର୍କେଟିଂ ଏ୧ବିଜିନେସ୍‍ ମୁଖ୍ୟ ମଧୁମିତା ପୁହାଣ, ସନ୍‍ ମୋବିଲିଟିର ବିଜିନେସ୍‍ ଷ୍ଟ୍ରାଟେଜି ଓ ପ୍ଲାନିଂ ମୁଖ୍ୟ ଯୁବରାଜ ସରଦା, ହୋମ୍‍ କ୍ରେଡିଟ୍‍ ଇଣ୍ଡିଆର ମୁଖ୍ୟ ମାର୍କେଟିଂ ଅଫିସର ଆଶିଷ ତିୱାରୀ, ଗାରଟ୍‍ନର୍‍ର ବରିଷ୍ଠ କାର୍ଯ୍ୟନିର୍ବାହି ପାର୍ଟନର ସୁଧିର ମଧୁଗିରି, ଜେନୋଟି ଡିଜିଟାଲ୍‍ ମାର୍କେଟିଂ ମୁଖ୍ୟ ଜୟଦୀପ୍‍ ଘୋଷ୍‍, ଷ୍ଟାର ଟିଭି ନେଟ୍‍ୱାର୍କର ସହକାରୀ ଉପସଭାପତି କରନ୍‍ ହୋରା, ଡ୍ୟୁକସ୍‍ ଇଣ୍ଡିଆର ପ୍ରେସିଡେଣ୍ଟ ମାର୍କେଟିଂ ଆଶିଷ ଭଟ୍ଟାଚାର୍ଯ୍ୟ, ସୋଡେକ୍ସୋର ହେଲଥ୍‍ କେୟାର କଣ୍ଟ୍ରି ସେଗ୍‍ମେଣ୍ଟ ନିଦ୍ଦେର୍ଶକ ସମ୍ବିତ୍‍ ସାହୁ, ହାସ୍‍ଟ୍ୟାଗ୍‍ ଅରେଞ୍ଜର ମୁଖ୍ୟ ଷ୍ଟ୍ରାଟେଜିକ୍‍ ଅଫିସର ଶ୍ରୀଧରନ୍‍ ଆୟାର, ଦ ମାର୍କେଟିଂ ୱାର୍କକ୍ସର କ୍ଲାଏଣ୍ଟ ପାର୍ଟନର ସୁନେଲ ଯାଦବ, ବିନ୍ଦି ବଟମସ୍‍ର ପ୍ରତିଷ୍ଠାତା ବତ୍ସଳା ଶ୍ରୀବାସ୍ତବ, ପେପ୍‍ସିକୋର ବରିଷ୍ଠ ପରିଚାଳକ ନିରଜ ପୃଷ୍ଟି, ଇଲେକ୍ଟ୍ରୋଲକ୍‍ସର ଲଣ୍ଡ୍ରି ସେଲ୍‍ସ ମ୍ୟାନେଜର ଅଚିନ୍ତୋ ମାହାତୋ, ଇଣ୍ଡିଗୋ ପେଣ୍ଟସ୍‍ର ଜେନେରାଲ ମ୍ୟାନେଜର ଅଜୟ ଦୁବେ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ପ୍ରଫେସର ସୂର୍ଯ୍ୟ ମିଶ୍ର ଓ ପ୍ରଫେସର ଜୟଦୀପ ବିଶ୍ୱାସ ପ୍ୟାନେଲ୍‍ ଆଲୋଚନା ପରିଚାଳନା କରିଥିଲେ ।

Comments are closed, but trackbacks and pingbacks are open.