ଚର୍ଚ୍ଚାରେ ୧୨୫ ବର୍ଷୀୟ ଯୋଗ ଗୁରୁ : ଯାହାଙ୍କ ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନଇଁ ଗଲା ମଥା

45

ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସୋମବାର ଦିନ ଏକ ସ୍ୱତନ୍ତ୍ର ସମାରୋହ ରେ ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ପୁରସ୍କାର ପାଇବା ପାଇଁ ଅନ୍ୟତମ ବିଶିଷ୍ଟ ବ୍ୟକ୍ତି ଥିଲେ ୧୨୫ ବର୍ଷୀୟ ଯୋଗଗୁରୁ ସ୍ୱାମୀ ଶିବାନନ୍ଦ I ଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଆଜି ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଛନ୍ତି । ୧୨୫ ବର୍ଷ ବୟସରେ ମଦ୍ୟ ସ୍ୱାମୀଜୀ ସମ୍ପୂର୍ଣ୍ଣ ସୁସ୍ଥ ରହିଛନ୍ତି I ସ୍ୱାମୀ ଶିବାନନ୍ଦ ସମ୍ପୂର୍ଣ୍ଣ ନିଆରା ଆନ୍ଦାଜରେ ସାଧାରଣ ପରିପାଟୀରେ ପଦ୍ମଶ୍ରୀ ଗ୍ରହଣ କରିବାକୁ ପହଞ୍ଚିଥିଲେ I ହଲ କୁ ପ୍ରବେଶ କରିବାମାତ୍ରେ ସେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତଳେ ଆଣ୍ଠୁମାଡ଼ି ପ୍ରଣାମ କରିଥିଲେ ,ତେବେ ପ୍ରଧାନମନ୍ତ୍ରୀ ମୋଦି ବି ନିଜ ଆସନରୁ ଉଠି ପଡ଼ି ଦୁଇ ହାତ ତଳେ ଲଗାଇ ଯୋଗଗୁଙ୍କ ପ୍ରତି ନମସ୍କାର କରିଥିଲେ। ଏହାପରେ ଯୋଗଗୁରୁ ମହାମହିମ ରାଷ୍ଟ୍ରପତିଙ୍କୁ ମଧ୍ୟ ତଳେ ଆଣ୍ଠୁମାଡ଼ି ଦଣ୍ଡବତ କରିଥିଲେ ,ପ୍ରତିବଦଳ ରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ନିଜ ଆସନରୁ ତଳକୁ ଓହ୍ଲାଇଆସି ଯୋଗ ଗୁରୁ ଙ୍କୁ ପ୍ରଣାମ କରିଛନ୍ତି I ଆସନ୍ତୁ ଜାଣିବା କିଏ ଏହି ମହାନ ଗୁରୁ:

ଏହା ପରେ ୧୨୫ ବର୍ଷିୟ ସ୍ୱାମୀ ରାଷ୍ଟ୍ରପତିଙ୍କ ନିକଟକୁ ଯାଇ ତାଙ୍କୁ ପ୍ରଣାମ କଲେ। ଏହା ଦେଖି ରାଷ୍ଟ୍ରପତି ନିଜ ଆସନରୁ ଉଠି ଆସି ଯୋଗ ଗୁରୁଙ୍କୁ ଉଠାଇଥିଲେ ଓ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ । ଏହି ସମୟରେ ହଲରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ନିଜ ଆସନରୁ ଠିଆ ହୋଇ ଅଭିବାଦନ କରୁଥିବା ଦେଖାଯାଇଥିଲା। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି

ସ୍ୱାମୀ ସିବାନନ୍ଦ ୧୮୯୬ ମସିହା ଅଗଷ୍ଟ ୩ ତାରିଖ କାଶୀରେ ଜନ୍ମ ଗ୍ରହଣ କରିଥିଲେ। ସେ ଏହି ଆଧୁନିକ ସାମଜ ଠାରୁ ସବୁବେଳେ ନିଜକୁ ଦୂରେଇ ରଖନ୍ତି। ଯୋଗ ଓ ଧର୍ମ ଶାସ୍ତ୍ରରେ ରୁଚି ରଖୁଥିବା ସ୍ୱାମୀ ସିବାନନ୍ଦ ସବୁଦିନ ଭୋର ୩ଟାରୁ ଉଠନ୍ତି। ଏହାପରେ ଯୋଗ କରନ୍ତି। ଏହାବାଦ ସେ ଭଗବଦ ଗୀତା ଓ ମା’ ଚଣ୍ଡୀଙ୍କ ଶ୍ଳୋକ ପାଠ କରନ୍ତି। ତାଙ୍କୁ ୧୨୫ ବର୍ଷ ହୋଇଥିଲେ ମଧ୍ୟ ସେ ବେଶ ସୁସ୍ଥ ରହିଛନ୍ତି। ଯେ କେହି ବି ତାଙ୍କୁ ଦେଖିଲେ ଆଶ୍ଚର୍ଯ୍ୟ ହେଉଛନ୍ତି। ଯୋଗଗୁରୁଙ୍କ ଏହି ସାଧାରଣ ପରିପାଟୀ ସରଳ,ନିରହଂକାର ,ନିଷ୍କପଟ ଆଚରଣ ଆଜିର ସମାଜ ପାଇଁ ଏକ ନୈତିକ ତଥା ମୂଲ୍ୟବୋଧ ଶିକ୍ଷା I

Comments are closed, but trackbacks and pingbacks are open.