ପୁରୀ ଠାରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଦଶମ ପରାମର୍ଶଦାତା କମିଟି ବୈଠକ

19

ଭୁବନେଶ୍ୱର, ସେପ୍ଟେମ୍ବର ୨୩ – ଆସନ୍ତାକାଲି(ଶନିବାର) ପୁରୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ‘ଦଶମ ପରାମର୍ଶଦାତା କମିଟି’ ବୈଠକ ଅନୁଷ୍ଠିତ ହେବ ।

ଏହି ବୈଠକରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ ଡ. ରାଜୀବ ଚନ୍ଦ୍ରଶେଖରଙ୍କ ସମେତ ଦେଶର ବିଭିନ୍ନ ରାଜନୈତିକ ଦଳର ସାଂସଦମାନେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । ବୈଠକରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା କ୍ଷେତ୍ର ସହ ଜଡ଼ିତ ବିଷୟରେ ବିଚାରବିମର୍ଷ କରାଯିବ ।

Comments are closed, but trackbacks and pingbacks are open.