କୋହଲିଙ୍କ ପାଇଁ ଲେଖିଲେ ସଚିନ…

108

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟ ବିଶ୍ବକପର ସେମିଫାଇନାଲ ମ୍ୟାଚ ଖେଳାଯାଉଛି । ଏହି ବଡ଼ ମ୍ୟାଚରେ ଶତକ ଅର୍ଜନ କରି ବିରାଟ କୋହଲି କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ୪୯ ଦିନିକିଆ ଶତକ ରେକର୍ଡ କାଟିଦେଇଛନ୍ତି । ଏହା ସହିତ ସଚିନଙ୍କ ନାଁରେ ଥିବା ଗୋଟିଏ ବିଶ୍ବକପରେ ସର୍ବାଧିକ ରନ କରିବାର ରେକର୍ଡ ବି କାଟିଦେଇଛନ୍ତି ବିରାଟ । ଏହି ଶତକ ଅର୍ଜନ କରିବା ପରେ ବିରାଟ କୋହଲି ନିଜର ଆଦର୍ଶ ସଚିନ ତେନ୍ଦୁଲକରଙ୍କ ଆଗରେ ନତମସ୍ତକ ହୋଇ ଏକ ସ୍ବତନ୍ତ୍ର ଢଙ୍ଗରେ  ସମ୍ମାନ ଜଣାଇଛନ୍ତି ।  ଏହାର ଜବାବରେ  ସଚିନ ତେନ୍ଦୁଲକର ବିରାଟ କୋହଲିଙ୍କୁ ଏକ ସ୍ୱତନ୍ତ୍ର ଢଙ୍ଗରେ ଅଭିନନ୍ଦନ ଜଣାଇଛନ୍ତି ।

ମାଇକ୍ରୋ ବ୍ଲଗିଂ ସାଇଟ ଏକ୍ସରେ ଏକ ପୋଷ୍ଟ ଲେଖିଛନ୍ତି ସଚିନ ତେନ୍ଦୁଲକର । ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ଯେତେବେଳେ ମୁଁ ଆପଣଙ୍କୁ ଭାରତୀୟ ଡ୍ରେସିଂ ରୁମରେ ପ୍ରଥମ ଥର ଭେଟିଥିଲି, ସେତେବେଳେ ଦଳର ଅନ୍ୟ ଖେଳାଳିମାନେ ମୋ ପାଦ ଛୁଇଁବାର ମଜା ଉଡ଼ାଇଦେଇଥିଲେ । ସେଦିନ ମୁଁ ହସ ରୋକି ପାରିନଥିଲି । କିନ୍ତୁ ତୁମେ ତୁମର ଉତ୍ସାହ ଏବଂ ଦକ୍ଷତା ଦ୍ୱାରା ଶୀଘ୍ର ମୋ ହୃଦୟକୁ ସ୍ପର୍ଶ କରିଛ | ମୁଁ ବହୁତ ଖୁସି ଯେ ସେଦିନର ସେହି ତରୁଣ ଜଣକ ଆଜି ‘ବିରାଟ’ ଖେଳାଳି ହୋଇଛନ୍ତି ।

Comments are closed, but trackbacks and pingbacks are open.