ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ରାୟ ଉପରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି। ଦେଶର ଉଚ୍ଚତମ ନ୍ୟାୟାଳୟ ଏହି ଟିଇଟି ପରୀକ୍ଷାକୁ ବାଧ୍ୟତାମୂଳକ କହିଛନ୍ତି। ବିଭାଗ ଏହା ଉପରେ ତର୍ଜମା କରିବ। ଶିକ୍ଷକଙ୍କ ସ୍ୱାର୍ଥ ମଧ୍ୟ ଦେଖାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ଅନ୍ୟ ରାଜ୍ୟ ଗୁଡ଼ିକ କ’ଣ ବିଚାର ବିମର୍ଶ କରୁଛନ୍ତି, ତାକୁ ମଧ୍ୟ ନଜରରେ ରଖାଯିବ। ଅନେକ ଶିକ୍ଷକ ପୂର୍ବରୁ ବିନା OTETରେ ଶିକ୍ଷକତା କରୁଛନ୍ତି, କାରଣ ସେମାନଙ୍କ ପାଇଁ ନିର୍ଦ୍ଧିଷ୍ଟ ପରୀକ୍ଷା ବ୍ୟବସ୍ଥା ନଥିଲା। ଏବେ ଗାଇଡଲାଇନ୍ ହୋଇଛି, ତେଣୁ କ’ଣ କରାଯାଇପାରିବ ତାହା ଉପରେ ଆଲୋଚନା କରିବ ଗଣଶିକ୍ଷା ବିଭାଗ। ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି ଯେ,”ଓଟିଇଟି ଯେବେଠାରୁ ଲାଗୁ କରାଯାଇଛି ତାହା ପୂର୍ବରୁ ଶିକ୍ଷକ ମାନଙ୍କର ପ୍ରମୋସନ କ୍ଷେତ୍ରରେ ଏହି ନିୟମ ଲାଗୁ କରାନଯାଉ। ଏହାର କାରଣ ସେହି ଶିକ୍ଷକଙ୍କ ଅଭିଜ୍ଞତା ରହିଛି, ସେମାନେ ଦୀର୍ଘ ବର୍ଷ ଧରି ପାଠ ପଢ଼ାଇ ଆସୁଛନ୍ତି। ତେବେ ଏହି ରାୟ ଏବେ ସମସ୍ତ ଶିକ୍ଷକଙ୍କୁ ଏକ ଦୁଶ୍ଚିନ୍ତାରେ ପକାଇଛି”।
Comments are closed, but trackbacks and pingbacks are open.