ମଣିପୁର ସେନା ଦଳ ଉପରେ ଆତଙ୍କବାଦୀ ଆକ୍ରମଣ, ଆସାମ ରାଇଫଲ୍ସର ସିଓ ଙ୍କ ସମେତ ୪ ଯବାନ ଗୁରୁତର

42

ମଣିପୁରର ଏକ ସେନା ଦଳ ଉପରେ ଆଇଡି ଆକ୍ରମଣ ଖବର ସାମ୍ନାକୁ ଆସିଛି। ଆମ୍ବୁସ ଲଗାଇ ଆକ୍ରମଣ କଲେ ଆତଙ୍କବାଦୀ । ମଣିପୁରରେ ଯବାନଙ୍କୁ ଟାର୍ଗେଟ୍ କରି ଆଇଡି ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଆସାମ ରାଇଫଲ୍ସର ସିଓଙ୍କ ସମେତ ୪ ଜଣ ଗୁରୁତର ହୋଇଛନ୍ତି । ଯବାନମାନେ ଅପରେସନରେ ଯାଉଥିବା ବେଳେ ଯୋଜନାବଦ୍ଧ ଭାବେ ଏହି ଆକ୍ରମଣ କରାଯାଇଥିବା ସୂଚନା ମିଳିଛି ।

କୁହାଯାଉଛି ଯେ, ଚୁରାଚାନ୍ଦପୁର ଜିଲ୍ଲାର ସିଙ୍ଘାଟରେ ଏହି ଆକ୍ରମଣ ହୋଇଛି । ଆତଙ୍କବାଦୀମାନେ ଆସାମ ରାଇଫଲ୍ସର କାଫିଲା ଉପରେ ଆକ୍ରମଣ କରିଥିଲେ । ଏଥିରେ କମାଣ୍ଡିଂ ଅଫିସରଙ୍କ ପରିବାର ସଦସ୍ୟଙ୍କ ସମେତ ଆକ୍ସନ୍ ଟିମ୍‌ର ସଦସ୍ୟ ଉପସ୍ଥିତ ଥିଲେ । ଘଟଣା ପରେ କମ୍ବିଂ ଅପରେସନ ଜାରି ରହିଛି । ଆକ୍ରମଣ ପଛରେ ପିପୁଲ୍ସ ଲିବରେସନ ଆର୍ମୀର ହାତ ଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.