CISF ଯବାନଙ୍କ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ : ଜଣେ ଯବାନ ସହିଦ, ୨ ଆହତ

41

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାମ୍ବା ଜିଲ୍ଲା ଗସ୍ତର ଦୁଇଦିନ ପୂର୍ବରୁ ଜାମ୍ମୁରେ ବଡଧରଣ ଆତଙ୍କବାଦୀ ଆକ୍ରମଣ ହୋଇଛି ।ଜାମ୍ମୁର ଚଡ୍ଡା କ୍ୟାମ୍ପ ନିକଟରେ ଶୁକ୍ରବାର ସକାଳେ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ (ସିଆଇଏସଏଫ୍) ଯବାନଙ୍କ ବସ ଉପରକୁ ଆତଙ୍କବାଦୀ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ୧୫ ଜଣ ସିଆଇଏସଏଫ ଯବାନଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ ଆକ୍ରମଣ କରିଛନ୍ତି । ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୨ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି ।
ସକାଳୁ କାର୍ଯ୍ୟରେ ଯୋଗଦେବାକୁ ଯାଉଥିବା ବେଳେ ଏହି ଆକ୍ରମଣ ହୋଇଥିବା ଜଣାପଡିଛି । ସହିଦ ହୋଇଥିବା ଯବାନ ଜଣକ ସିଆଇଏସଏଫର ଜଣେ ଏଏସଆଇ ବୋଲି କୁହାଯାଉଛି । ସିଆଇଏସଏଫ୍ ପକ୍ଷରୁ ପଲଟା ଆକ୍ରମଣରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସିଆଇଏସଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ସେପଟେ ଜମ୍ମୁକଶ୍ମୀର ପୋଲିସ କହିଛି ଯେ, ଘାଟିରେ ଚାଲିଥିବା ଅପରେସନ୍‌ରେ ମୋଟ୍ ୪ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହା ବ୍ୟତୀତ ଜମ୍ମୁ ବାଠିଣ୍ଡି ଅଞ୍ଚଳରେ ଚାଲିଥିବା ଗୁଳିବିନିମୟରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି ।

Comments are closed, but trackbacks and pingbacks are open.