ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ହମଲା

241

ପର୍ଯ୍ୟଟକଙ୍କ ଦେହରେ ବାଜିଲା ଗୁଳି

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ । ପର୍ଯ୍ୟଟକଙ୍କୁ ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ । ଏଥିରେ ୨ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଓଡ଼ିଆ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କ ମୁଣ୍ଡରେ ଗୁଳି ବାଜିଛି । ଯୁବକଙ୍କ ଘର ବାଲେଶ୍ୱର ଜିଲ୍ଲା ଇଷାଣୀ ଗାଁରେ । ତାଙ୍କ ନାଁ ପ୍ରଶାନ୍ତ ଶତପଥୀ ସେ ପତ୍ନୀ ପ୍ରିୟଦର୍ଶିନୀ ଏବଂ ପୁଅ ସହ ଛୁଟି କାଟିବାକୁ ଯାଇଥିବାବେଳେ ଆକ୍ରମଣର ଶିକାର ହୋଇଛନ୍ତି I ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ସହାୟତାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଆକ୍ରମଣ ପରେ ବିଜେପି ନେତା ରବିନ୍ଦ୍ର ରୈନା କହିଛନ୍ତି କି, ଆତଙ୍କବାଦୀମାନଙ୍କୁ ଧରାଯିବ । ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ଇ ଅନ୍ୟପଟେ ଏହି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି କାହାରିକୁ ଛଡ଼ାଯିବ ନାହିଁ । ସମସ୍ତ ଆହତଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ।

ଘଟନାନୁସାରେ,ମଙ୍ଗଳବାର ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପର୍ଯ୍ୟଟନ ସ୍ଥାନ ପହଲଗାମର ଉପର ଭାଗରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଗୁଳି ଚଳାଇବାରୁ ୨ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଭାରତୀୟ ସେନାର ବିଭିନ୍ନ ୟୁନିଟ୍ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନରେ ନିୟୋଜିତ ଅଛନ୍ତି। ଏଥିରେ, ଭାରତୀୟ ସେନାର ଭିକ୍ଟର ଫୋର୍ସ ଏବଂ ସ୍ପେଶାଲ ଫୋର୍ସ, ଜମ୍ମୁ-କାଶ୍ମୀର ପୋଲିସର ଏସ୍‌ଓଜି ଏବଂ ସିଆରପିଏଫ୍‌ ଦ୍ୱାରା ଅପରେସନ୍ କରାଯାଉଛି। ଭାରତୀୟ ସେନାର ଭିକ୍ଟର ଫୋର୍ସର ସୈନିକମାନେ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଘାଟିର ଶୀର୍ଷରେ ପହଞ୍ଚିଛନ୍ତି। ଗ୍ରୀଷ୍ମ ସମୟରେ ଏଠାକୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି । ଏହାର ସୁଯୋଗ ନେଇ ଆତଙ୍କୀମାନେ ଆଜି ଆକ୍ରମଣ କରିଛନ୍ତି । ଏହି ଆକ୍ରମଣ ପାଇଁ ଆତଙ୍କୀ ସଂଗଠନ ଲକ୍ସର-ଇ- ତୋଇବା ନିଜକୁ ଦାୟୀ କରିଛି ।

ଅନ୍ୟପଟେ ଏହି ଆକ୍ରମଣକୁ ମୁଖ୍ୟମନ୍ତ୍ରୀ ଓମାର ଅବ୍ଦଦୁଲ ଦୃଢ ନିନ୍ଦା କରିବା ସହ କହିଛନ୍ତି “ସାଧାରଣ ଲୋକଙ୍କ ଉପରେ ହୋଇଥିବା ଆକ୍ରମଣଠାରୁ ବହୁତ ବଡ଼” ବୋଲି ବର୍ଣ୍ଣନା କରିଛନ୍ତି।

ଶେଷ ସୂଚନାନୁସାରେ ଗୁଳିମାଡ଼ରେ ଆହତ ହୋଇଥିବା ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅନନ୍ତନାଗ ପୋଲିସ ଏନେଇ ସ୍ପଷ୍ଟ କରିଛି I ଓଡ଼ିଆ ପର୍ଯ୍ୟଟକ ହେଉଛନ୍ତି ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳର ପ୍ରଶାନ୍ତ ଶତପଥୀ I ତାଙ୍କ ମୃତ୍ୟୁ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି I

Comments are closed, but trackbacks and pingbacks are open.