ଆଫଗାନିସ୍ତାନରେ ଭୟଙ୍କର ବିସ୍ଫୋରଣ : ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ

32

ଆଫଗାନିସ୍ତାନର କୁନ୍ଦୁଜ ସହରରେ ଶୁକ୍ରବାର ଘଟିଛି ଭୟଙ୍କର ବୋମା ବିସ୍ଫୋରଣ I ଏହି ବୋମା ବିସ୍ଫୋରଣ ରେ ପ୍ରାୟ ୫୦ ରୁ ଅଧିକ ଲୋକ ପ୍ରାଣ ହରାଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି । ତେବେ ଏହି ବିସ୍ଫୋରଣ କିପରି ହେଲା ଓ କିଏ କରିଛି ସେନେଇ ସଠିକ୍ ତଥ୍ୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । ଗତ ସେପ୍ଟେମ୍ବର ୧୬ ତାରିଖରେ କାବୁଲର ବିମାନବନ୍ଦରରେ ରକେଟ୍ ମାଡ ପରେ କିଛି ଦିନର ବ୍ୟବଧାନ ପରେ ପୁଣି ଥରି ଉଠିଛି ଆଫଗାନିସ୍ତାନ । ସେଠାକାର ଏକ ପାଓ୍ୱାର ଷ୍ଟେସନ ଉପରେ ଅତର୍କିତ ଭାବେ ଆକ୍ରମଣ ହୋଇଥିଲା । ସେହିପରି ତାଲିବାନ ,କାବୁଲ ଅଧିକାର କରିବାପରେ ପ୍ରଥମ ଥର ଆଫଗାନିସ୍ତାନର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଗଷ୍ଟ ୨୬ ତାରିଖରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହି ସମୟ ରେ ନାଟୋ ଦେଶ ସମୂହ ନିଜ ନିଜ ଦେଶ ର ନାଗରିକଙ୍କୁ ଏୟାର ଲିଫ୍ଟଙ୍ଗ କରୁଥିଲେ Iଏହି ଆକ୍ରମଣରେ ୧୩ ଜଣ ଆମେରିକୀୟ ସୈନିକଙ୍କ ସମେତ ୧୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ତେବେ ଏହାର କିଛି ଦିନ ପରେ ଏବେ ପୁଣି ବିସ୍ଫୋରଣରେ ଥରିଛି ଆଫଗାନିସ୍ତାନ ।

Leave A Reply

Your email address will not be published.