ଜବଲପୁର ହସ୍ପିଟାଲ ରେ ଭୟାବହ ଅଗ୍ନିକାଣ୍ଡ ୧୦ ମୃତ : ମୃତକଙ୍କ ପରିବାରକୁ ୫ ଲକ୍ଷ ସହାୟତା ଘୋଷଣା

12

ମଧ୍ୟପ୍ରଦେଶ ଜବଲ ପୁର ରେ ଥିବା ” ନିୟୁ ଲାଇଫ ମଲ୍ଟି ସ୍ପେସିଆଲିଟି” ନାମକ ଏକ ତିନି ମହଲା ବିଶିଷ୍ଠ ଘରୋଇ ହସ୍ପିଟାଲ ରେ ଆକସ୍ମିକ ଭୟାବହ ଅଗ୍ନିକାଣ୍ଡ ଘଟି ୧୦ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ୨ଜଣକୁ ଅତି ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକତସ୍ତ ଅନ୍ୟ ଏକ ହସ୍ପିଟାଲରେ ଭର୍ତ୍ତି କରା ଯାଇଛି।ଅଗ୍ନିକାଣ୍ଡ ର ସଠିକ କାରଣ ଜଣା ପଡି ନଥିଲେ ମଧ୍ୟ ତଳ ମହଲାରେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା କୁହା ଯାଉଛି।ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଜବଲପୁର ଏସ୍‌ପି ସିଦ୍ଧାର୍ଥ ବହୁଗୁଣା କହିଛନ୍ତି, ମୃତକଙ୍କ ମଧ୍ୟରୁ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସେମାନେ ପୂରା ପୋଡ଼ି ଯାଇଥିଲେ। ମୃତକମାନଙ୍କୁ ଚିହ୍ନଟ କରାଯାଇଛି। ଯେଉଁ ୩ ଜଣ ଗୁରୁତର ଆହତ ହୋଇଛନ୍ତି, ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି I ଏହାବାଦ୍ ଆହୁରି ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ନିଆଁ ଲିଭାଇ ଦିଆଯାଇଥିବା ବେଳେ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଏହି ଭୟାବହ ଘଟଣାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି । ସେହିଭଳି ଗୁରୁତରଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା ହୋଇଛି । ସମସ୍ତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟସରକାର ଉଠାଇବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Comments are closed, but trackbacks and pingbacks are open.