କୋଭିଡ ୱାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ :୧୦ ଆକ୍ରାନ୍ତଙ୍କ ମୃତ୍ୟୁ

20

ମହାରାଷ୍ଟ୍ରର ଅହମଦନଗରର ଜିଲ୍ଲା ଜେନେରାଲ ହସ୍ପିଟାଲ ରେ ଥିବା କୋଭିଡ ୱାର୍ଡରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ହୋଇ ୧୦ ଜଣ ଆକ୍ରାନ୍ତ ଙ୍କ ମୃତ୍ୟ ଘଟିଛି Iତେବେ ରୋଗୀମାନେ ପୋଡି ହୋଇ କିମ୍ବା ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଛନ୍ତି ତାହା ଜିଲ୍ଲା ପ୍ରଶାସନ ପକ୍ଷରୁ ଏପଯ୍ୟନ୍ତ ସ୍ପଷ୍ଟ କରାଯାଇ ନାହିଁ I ପ୍ରାଣ ହରାଇଥିବା ସମସ୍ତ ରୋଗୀ କୋଭିଡ୍‌ ଆଇସିୟୁ ୱାର୍ଡରେ ଥିଲେ।ଏବଂ ଚିକିତ୍ସା ଚାଲିଥିବା ବେଳେ ହଠାତ୍‌ ଆଇସିୟୁ ୱାର୍ଡରେ ନିଆଁ ଲାଗି ଯାଇଥିଲା। ଫଳରେ ଏଠାରେ ଥିବା ରୋଗୀଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ବିସ୍ତୃତ ସୂଚନା ମିଳିଛି। ତେବେ ନିଆଁର କାରଣ ଜଣାପଡ଼ି ନଥିଲେ ମଧ୍ୟ ଶଟସର୍କିଟ ଯୋଗୁ ଏପରି ହୋଇଥିବା କୁହାଯାଉଛି। ଖବର ପାଇ ଅଗ୍ନିଶମ ବାହିନୀର ଏକାଧିକ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି।

Leave A Reply

Your email address will not be published.