ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ : ମୃତ୍ୟୁ ସଂଖ୍ୟା ୧୬୯,ଆହୁରି ବଢିବା ଆଶଙ୍କା

20

ଜାକର୍ତ୍ତା : ଇଣ୍ଡୋନେସିଆ ର ଭୟଙ୍କର ଭୂମିକମ୍ପରେ ବଢ଼ିଲା ମୃତକଙ୍କ ସଂଖ୍ୟା I ଜାଭା ଭୂକମ୍ପରେ ମୃତକଙ୍କ ସଂଖ୍ୟା ୧୬୯ରେ ପହଞ୍ଚିଛି । ଏଥିରେ ଶତାଧିକ ଆହତ ହୋଇଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ସମସ୍ତ ଗୁରୁତରଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ରିକ୍ଟର ସ୍କେଲ୍‌ରେ ଭୂମିକମ୍ପର ତୀବ୍ରତା ୫.୫ ରେକର୍ଡ କରାଯାଇଛି । ପୁଣି ୨ୟ ଥର ରାଜଧାନୀ ଜକାର୍ତାରେ ଭୟଙ୍କର ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି I

ସୂଚନାନୁସାରେ, ସୋମବାର ମଧ୍ୟାହ୍ନରେ ହଠାତ ବଡ ଧରଣର ଭୁକମ୍ପ ଝଟକାରେ ଥରି ଉଠିଥିଲା ଜାଭା ଦ୍ୱୀପ ସହ ଇଣ୍ଡୋନେସିଆର ବିଭିନ୍ନ ସ୍ଥାନ। ରେକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ରେକର୍ଡ କରାଯାଇଥିଲା। ସ୍ଥାନୀୟ ସମୟ ଅନୁସାର ଦ୍ବିପ୍ରହର ୧.୨୫ରେ ରାଜଧାନୀ ଜକାର୍ତାରୁ ଦକ୍ଷିଣ-ପଶ୍ଚିମ ଦିଗରେ ୭୫କିମି ଦୂରରେ ଭୁକମ୍ପସ୍ଥଳୀ ଥିବା ସୂଚନା ରହିଥିଲା I ଇରୋପିଆନ ମେଡିଟେରେନିୟନ ସେସମୋଲୋଜିକାଲ ସେଣ୍ଟର(EMSC)ର ସୂଚନା ଅନୁସାରେ ଏହା ୮୦ କିମି ଗଭୀରରେ କେନ୍ଦ୍ରୀଭୂତ ହୋଇଥିଲା। ସୁନାମୀ ଭୟ ରହିଥିବାରୁ EMSC ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଉଚ୍ଚସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଥିଲା । ଏହି ଛାତିଥରା ଭୂମିକମ୍ପରେ ବର୍ତ୍ତମାନ ସୁଦ୍ଧା ୧୬୨ଜଣଙ୍କର ଜୀବନ ଯାଇଛି । ଏଥିରେ ଅନେକ ଶିଶୁ ରହିଥିବାବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ଏବେବି ଭୂମିକମ୍ପ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାରକାରୀ ଦଳ ମାଟି ତଳେ ଫଶିଥିବା ଲୋକଙ୍କୁ ଉଦ୍ଧାର କରି ନିକଟସ୍ଥ ସିୟାଜୁର ହସ୍‌ପିଟାଲରେ ଭର୍ତ୍ତି କରି ଚିକିତ୍ସା କରୁଛନ୍ତି । ଆହତଙ୍କ ସଂଖ୍ୟା ବଢୁଥିବାରୁ ସ୍ବାସ୍ଥ୍ୟକର୍ମୀମାନେ ମେଡିକାଲ ବାହାରେ ମଧ୍ୟ ଲୋକଙ୍କ ଚିକିତ୍ସା କରୁଛନ୍ତି ।ପ୍ରଭାବିତ ଅଞ୍ଚଳର ଦୃଶ୍ୟ ଦର୍ଶାଉଛି କେତେ ଭୟଙ୍କର ଓ ବିଧ୍ୱଂସକାରୀ ଥିଲା ଭୂକମ୍ପ । ଧ୍ୱଂସାବଶେଷ ତଳୁ ଉଦ୍ଧାର ଅଭିଯାନ ଜାରି ରହିଛି । ବୁଲଡୋଜର ଜରିଆରେ ଚାଲିଛି ପୁନରୁଦ୍ଧାର କାମ । ଭୂକମ୍ପ ପରେ ଭୂସ୍ଖଳନ ଯୋଗୁ ବିଭିନ୍ନ ସ୍ଥାନରେ ରାସ୍ତାଘାଟରେ ବିଚ୍ଛ୍ନିନ ହୋଇଛି । ବିଜୁଳି ସଂଯୋଗ ମଧ୍ୟ ବିଚ୍ଛିନ୍ନ । ହସପିଟାଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ତେବେ ସୁନାମୀର କୌଣସି ଆଶଙ୍କା ନଥିବା ଇଣ୍ଡୋନେସିଆ ଭୁବିଜ୍ଞାନୀ ସୂଚନା ଦେଇଛନ୍ତି।

Comments are closed, but trackbacks and pingbacks are open.