ଭୁବନେଶ୍ବର: ରଥଯାତ୍ରାକୁ ସୁନିୟନ୍ତ୍ରିତ ଓ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥ ଉପରେ ମୋବାଇଲ ବାରଣ, ରଥ ଶୋଦ୍ଧ, ଅନଧିକୃତ ସେବକଙ୍କୁ ବାରଣ ଆଦି ପ୍ରସଙ୍ଗକୁ ନେଇ ବୈଠକରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରାଯାଇଛି। ବୈଠକରେ ଅଧ୍ୟକ୍ଷତା କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ସ୍ନାନପୂର୍ଣ୍ଣିମାରେ ମୋବାଇଲ ବ୍ୟବହାର କରି ବିଶୃଙ୍ଖଳା ସୃଷ୍ଟି କରିଥିବା ସେବକକୁ ଚିହ୍ନଟ କରାଯାଇଛି। ସେପଟେ ପହଣ୍ଡି କର୍ଡନ ନିୟନ୍ତ୍ରଣ ପାଇଁ ଏକ ଟିମ ଗଠନ କରାଯାଇଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି।
Comments are closed, but trackbacks and pingbacks are open.