ଟେଲି ଅଭିନେତ୍ରୀ ରାଜେଶ୍ୱରୀ ଙ୍କ ପରଲୋକ

13

ଟେଲି କଳା ଜଗତ ପାଇଁ ଆଉ ଏକ ଦୁଃଖଦ ଖବର I ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର । ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପଟାଲରେ ତାଙ୍କର ପରଲୋକ ହୋଇଛି ।୨୦୧୯ ରୁ ମସ୍ତିଷ୍କ ଓ ଫୁସ୍‌ଫୁସ୍‌ କ୍ୟାନସରରେ ପୀଡିତ ଥାଇ ସୁସ୍ଥ ହୋଇଥିଲେ ରାଜେଶ୍ୱରୀ ।
ଗତକାଲି ରାତିରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟ ୨ଟା୨୫ମିନିଟ୍‌ରେ ରାଜେଶ୍ୱରୀଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି।

ରାଜେଶ୍ୱରୀ ଏକାଧିକ ଓଡ଼ିଆ ଧାରାବାହିକରେ ଅଭିନୟ କରି ପ୍ରଶଂସା ସାଉଁଟିଥିଲେ । ଚଳଚ୍ଚିତ୍ର ‘ସତ୍ୟମେବ ଜୟତେ’, ‘ଆରେ ସାଥୀ ଆ’, ‘ବ୍ଲାକ୍‌ମେଲ୍‌’ରେ ସେ ଜବରଦସ୍ତ ଅଭିନୟ କରିଥିଲେ। ସେହିପରି ଧାରାବାହିକ ‘ଉଆଁସୀ କନ୍ୟା’, ‘ବସୁନ୍ଧରା’, ‘ସଂସ୍କାର’, ‘ସ୍ୱାଭିମାନ’, ‘ଦେବୀ’, ‘କୁମ୍‌କୁମ୍‌’ ଇତ୍ୟାଦିରେ ରାଜେଶ୍ୱରୀଙ୍କ ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ଧାରାବାହିକ ଉଆଁସି କନ୍ୟାରେ ଅଳକା ଚରିତ୍ରରେ ସେ ଅଭିନୟ କରିଥିଲେ। ଅଳକା ନାଁରେ ଘରେ ଘରେ ପରିଚିତ ଥିଲେ। ବିଶେଷତଃ ନେଗେଟିଭ ରୋଲ ପାଇଁ ରାଜେଶ୍ୱରୀ ଖୁବ୍‌ ଲୋକପ୍ରିୟତା ସାଉଣ୍ଟି ଥିଲେ I ଏହା ପରେ ସେ ‘ଆରେ ସାଥୀ ଆ’, ‘ବ୍ଲାକ୍‌ମେଲ୍‌’ ଭଳି ଫିଲ୍ମରେ ନଜର ଆସିଥିଲେ । ଏପିରିକି କିଛି ଓଡିଆ ଆଲ୍‌ବମ୍‌ ଗୀତରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା ।

Comments are closed, but trackbacks and pingbacks are open.