ଟେଲି ଅଭିନେତା ଏମ. ସୁମନ କୁମାର ଗିରଫ

21

ଓଡିଆ ଧାରାବାହିକ ଅଭିନେତା ଏମ୍ ସୁମନ କୁମାର ତଥା ମିଲନ ମହାରଣା ଗିରଫ । ଜଣେ ଅଭିନେତ୍ରୀଙ୍କଙ୍କ ଅଭିଯୋଗ ଆଧାରରେ ପୁଲିସ ତାଙ୍କୁ ଗିରଫ କରିଛି। ଦୁଇ ବର୍ଷ ହେଲା ‘ଲିଭ-ଇନ-ରିଲେସନସିପ’ ସମ୍ପର୍କରେ ଏକାଠି ଦୁଇବର୍ଷ ରହିବା ପରେ ତାଙ୍କୁ ବିବାହ ପାଇଁ ମନା କରିଥିବା ଅଭିନେତ୍ରୀ ଜଣକ ଅଭିଯୋଗ କରିଛନ୍ତି। ଏହାପରେ ଅଭିନେତା ଏମ ସୁମନ କୁମାରଙ୍କୁ ପୁଲିସ ଗିରଫ କରିଛି।

ଆଜି ଅଭିନେତ୍ରୀ ଜଣକ ପାହାଳ ଥାନାରେ ପହଞ୍ଚି ତାଙ୍କୁ ‘ଲିଭ-ଇନ-ରିଲେସନସିପି’ରେ ରହି ପ୍ରେମ ସମ୍ପର୍କ ରଖିବା ପରେ ଅଭିନେତା ଏମ. ସୁମନ କୁମାର ବିବାହ ପାଇଁ ମନା କରିଦେଇଥିବା ଅଭିଯୋଗ କରିଥିଲେ। ଅଭିନେତ୍ରୀଙ୍କ ଅଭିଯୋଗକୁ ଆଧାର କରି ପାହାଳ ପୁଲିସ ସୁମନ କୁମାରଙ୍କୁ ଗିରଫ କରିଥିଲା।
ଅଭିନେତା ଏମ ସୁମନ କୁମାର ଏକାଧିକ ଓଡିଆ ସିରିଏଲରେ ଅଭିନୟ କରିଛନ୍ତି। ହେଲେ ଗତ କିଛି ଦିନ ହେଲା ସେ ଜଣେ ଅଭିନେତ୍ରୀଙ୍କୁ ପ୍ରେମ କରୁଥିଲେ, ହେଲେ ଏବେ ତାଙ୍କୁ ବିବାହ କରିବାକୁ ମନା କରିବାରୁ ସମ୍ପୃକ୍ତ ଅଭିନେତ୍ରୀ ଜଣକ ଏନେଇ ପାହାଳ ଥାନାରେ ଅଭିଯୋଗ କରିଥିଲେ। ପାହାଳ ପୁଲିସ ଯୁବତୀଙ୍କ ନିକଟରୁ ଏପରି ଅଭିଯୋଗ ପାଇବା ପରେ ତାଙ୍କୁ ଗିରଫ କରିଛି ଏବଂ ତାଙ୍କ ବିରୋଧରେ ୩୨୦ ଓ ୩୨୬ ଦଫାରେ ମାମଲା ରୁଜୁ କରିଛି।

Comments are closed, but trackbacks and pingbacks are open.