ତେଜିଲା ଗଞ୍ଜାମ ପଲିଟିକ୍ସ । ଗସ୍ତରେ ଯିବେ ଫାଇଭ-ଟି ସଚିବ

383

ପାଇଭ-ଟି ସଚିବ ଭି.;କ ପାଣ୍ଡିଆନଙ୍କ ଗସ୍ତକୁ ନେଇ ଗଞ୍ଜାମ ଜିଲ୍ଳା ରାଜନୀତି ଚଳଚଂଚଳ କରି ହୋଇଛି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ସଚିବଙ୍କ ଗସ୍ତର ଗୋଟିଏ ଦିନ ପୂର୍ବରୁ ରାଜଧାନୀରେ ପ୍ରେସମିଟ୍ କରି ବର୍ଷିଛନ୍ତି । ଚ୍ୟାଲେଞ୍ଜ ଦେଇ କହିଛନ୍ତି, ସେ ସଚିବଙ୍କ ସଭାସ୍ଥଳକୁ ଯିବେ । ତାଙ୍କ ଯିବା ବାଟରେ ଯଦି କିଛି ଅଘଟଣ ଘଟେ ତେବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ।

କେବଳ ପ୍ରଦୀପ ପାଣିଗ୍ରାହୀ ନୁହଁନ୍ତି ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ସଚିବଙ୍କ ଗସ୍ତକୁ ଜୋରଦାର ବିରୋଧ କରାଯିବ ବୋଲି କୁହାଯାଇଛି । ସହରର ବିଭିନ୍ନ ସ୍ଥାନରେ ଫାଇଭ-ଟି ସଚିବଙ୍କ ଗସ୍ତକୁ ବିରୋଧ କରି କାନ୍ଥ, ପାଚେରୀରେ ବିଭିନ୍ନ ଲେଖା ଲେଖାଯାଇଥିବା ଦେଖିବାକୁ ମିଳିଛି । ତେବେ ପ୍ରଶାସନ ପକ୍ଷରୁ ଏହି ଲେଖାକୁ ଲିଭା ଯାଉଥିବା ଦେଖିବାକୁ ମିଳିଛି । ତେବେ ବିଜେଡି ବିଧାୟକ ଭୁପିନ୍ଦର ସିଂ କହିଛନ୍ତି ସଚିବଙ୍କ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ସମର୍ଥନ ରହିଛି ।

Comments are closed, but trackbacks and pingbacks are open.