ତୃଣମୂଳ ସ୍ତରରେ ପ୍ରଭାବ ବିସ୍ତାର କରୁଥିବା ଡିଜିଟାଲ ପ୍ଲାଟଫର୍ମର ଲୋକପ୍ରିୟତା ବୃଦ୍ଧିପାଇଁ ଟେକ୍‌ନିକ୍‌ ଏବଂ ଟେକ୍ନୋଲୋଜି ସବୁଠୁ ପ୍ରଭାବୀ: ସୋଆ କୁଳପତି

19

ଟେକ୍ନୋଲୋଜିର ଯୁଗରେ ଡିଜିଟାଲ ମିଡିଆର ଗୁରୁତ୍ବ ଅଧିକ । ତୃଣମୂଳ ସ୍ତରରେ ପ୍ରଭାବ ବିସ୍ତାର କରୁଥିବା ଡିଜିଟାଲ ପ୍ଲାଟଫର୍ମର ଲୋକପ୍ରିୟତା ବୃଦ୍ଧିପାଇଁ ଟେକ୍‌ନିକ୍‌ ଏବଂ ଟେକ୍ନୋଲୋଜି ସବୁଠୁ ପ୍ରଭାବୀ ବୋଲି ସୁମା ରିୟଲ ମିଡିଆ ଆନୁକୁଲ୍ୟରେ ହୋଟେଲ ଓ୍ବେଲ୍‌କମ୍‌ରେ ଅନୁଷ୍ଠିତ ଏସ୍‌ଆରଏମ୍‌ ଡିଜିଟାଲ ଡେ’ କାର୍ଯ୍ୟକ୍ରମ​‌ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ ବିଶ୍ବ ବିଦ୍ୟାଳୟର କୁଳପତି ଡକ୍ଟର ଅଶୋକ ମହାପାତ୍ର ।

ପ୍ରମେୟ ଓ ନ୍ୟୁଜ୍-୭ର ସାମ୍ବାଦିକମାନଙ୍କୁ ଉତ୍ତମ କାର୍ଯ୍ୟ ପାଇଁ ପ୍ରଶଂସା କରିବା ସହିତ ଡିଜିଟାଲ୍ ମିଡିଆ ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ ଡାକ୍ତର ଅଶୋକ ମହାପାତ୍ର । ଏହି ସମୟରେ ସେ ସମୟାନୁବର୍ତ୍ତିତା ସମ୍ପର୍କରେ ମଧ୍ୟ ଗୁରୁତ୍ୱ ଦେଇଥିଲେ। ସୋଆ ବିଶ୍ବବିଦ୍ୟାଳୟ କୁଳପତି ଡକ୍ତର ଅଶୋକ ମହାପାତ୍ର କହିଛନ୍ତି, ‘ ଜ୍ଞାନ, ଦକ୍ଷତା, ରୂପାୟନ, ସମୟାନୁବର୍ତ୍ତିତା, ଆତ୍ମବିଶ୍ବାସ ଓ ପରିଶ୍ରମ ସହ ଇଶ୍ବର ବିଶ୍ବାସ ଜରୁରୀ ବୋଲି ଉଲ୍ଲେଖ କରିଛନ୍ତି । ଆଜିର ସମାଜରେ ଖବର ସରବରାହ ପାଇଁ ଡିଜିଟାଲ ମିଡିଆ ଏକ ପ୍ରମୁଖ ମାଧ୍ୟମ ପାଲଟିଛି । ସମୟ ପରିବର୍ତ୍ତନ ସହ ଡିଜିଟାଲ ମିଡିଆ ଆଜି ରାଜ୍ୟ, ଦେଶ ତଥା ସାରା ବିଶ୍ବରେ ସ୍ବତନ୍ତ୍ର ପରିଚୟ ପାଇପାରିଛି । ୮୦ ଦଶକରେ ଟେକ୍ନୋଲୋଜି ଅଭାବରୁ ଯେଉଁଭଳି ଭାବେ ସମସ୍ୟା ଦେଖାଯାଉଥିଲା ଏବେ ସେଥିରେ ବୈପ୍ଲବିକ ପରିବର୍ତ୍ତନ ଆସିଛି । ମୋବାଇଲ ମାଧ୍ୟମରେ ହାତମୁଠାରେ ଖବର ପହଞ୍ଚି ପାରୁଛି । ଆମେରିକା​‌ ପରେ ଭାରତ ଦ୍ବିତୀୟ ଦେଶ ଭାବେ ମୋବାଇଲ ଫୋନର ବହୁଳ ବ୍ୟବହାର କରୁଛି । ୟୁଏସ୍‌ଏରେ ଜଣେ ବ୍ୟକ୍ତି ପ୍ରତିଦିନ ସାଢେ ୬ ଘଣ୍ଟା ସୋସିଆଲ ମିଡିଆ ବ୍ୟବହାର କରୁଥିବା ବେଳେ ଭାରତରେ ଜଣେ ବ୍ୟକ୍ତି ପ୍ରତିଦିନ ସାଢେ ୫ ଘଣ୍ଟା ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି ।’

ସେହିପରି ନ୍ୟୁଜ-୭ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀଲ ଦାସ ସୁନୀଲ ଦାସ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରମେୟ ଓ ନ୍ୟୁଜ୍-୭ କିଭଳି ଡିଜିଟାଲ ଯୁଗରେ ସାରା ବିଶ୍ୱରେ ପହଞ୍ଚିପାରିଛି ସେ ବିଷୟରେ କହିଥିଲେ। ସୁନୀଲ ଦାସ କହିଛନ୍ତି, ‘ଅଳ୍ପ ସମୟ ମଧ୍ୟରେ ଆମେ ନିଜକୁ ପ୍ରମାଣିତ କରିଛୁ | ଡିଜିଟାଲ ମିଡିଆ କ୍ଷେତ୍ରରେ ଆମେ ଏକ ପରିଚୟ ସୃଷ୍ଟି କରିଛୁ | ଏହା ସହିତ ଆଗାମୀ ଦିନରେ 5g ଆମ ପାଇଁ ଅତ୍ୟନ୍ତ ସୁବିଧା ହେବ । ଆମେ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଏହାକୁ ବ୍ୟବହାର କରିପାରିବା | ଆମର ସମ୍ବଳ ଅଛି ଏବଂ ଆମେ ନମ୍ବର ୧ ହେବା ସହିତ ଏହାକୁ ବଜାୟ ରଖିବା । କେବଳ ରାଜ୍ୟ ନୁହେଁ କି ଦେଶ ନୁହେଁ ଦେଶ ବାହାରେ ଯେପରିକି ଆମେରିକା ଓ ୟୁକେ ଭଳି ବିକାଶଶୀଳ ଦେଶରେ ମଧ୍ୟ ପ୍ରମେୟ ଓ ନ୍ୟୁଜ୍-୭ ଡିଜିଟାଲ୍ ମିଡିଆର ପାଠକ ରହିଛନ୍ତି’।

ନ୍ୟୁଜ୭ର କାର୍ଯ୍ୟକାର ସମ୍ପାଦକ ଦେବ ନାରାୟଣ ସେଠୀ କହିଛନ୍ତି, ‘ୱେବସାଇଟ୍ରେ ଲେଖିବାର କୌଶଳ ଟିଭି କିମ୍ବା ଖବରକାଗଜ ଲେଖନୀ ଠାରୁ ଭିନ୍ନ ।ଏଥିପାଇଁ ବିଭିନ୍ନ ଉତ୍ସଗୁଡିକୁ ବ୍ୟବହାର କରି ଆମେ ଆଗକୁ ଯାଇପାରିବା |

ପ୍ରମେୟ ନ୍ୟୁଜ ୭ ସେଲ୍‌ସ ଆଣ୍ଡ ମାର୍କେଟିଂ ମୁଖ୍ୟ ହିଂମାଶୁ ହୋତା କହିଛନ୍ତି, ଓଡିଶାରେ ଆମର ସର୍ବ ବୃହତ ସାମ୍ବାଦିକ ନେଟୱାର୍କ ଅଛି | ଆମର ସମ୍ବଳର ଅଭାବ ନାହିଁ | ଯୁବ ଗୋଷ୍ଠୀ ଡିଜିଟାଲ ମିଡିଆରେ ଖବର ସହ ଯୋଡି ହେବାକୁ ଅଧିକ ପସନ୍ଦ କରୁଛନ୍ତି । ଯାହା ଫଳରେ ଅଧିକରୁ ଅଧିକ ଲୋକଙ୍କ ନିକଟରେ ଖବର ପହଞ୍ଚି ପାରୁଛି ।ଡିଜିଟାଲ ମିଡିଆର କଣ୍ଟେଣ୍ଟ ଯେତେ ଉତ୍କୃଷ୍ଟ ହେବ ବିଜ୍ଞାପନ ବାବଦକୁ ନିବେଶକମାନଙ୍କ ଉତ୍ସାହ ସେତେ ଅଧିକ ବୃଦ୍ଧି ପାଇବ ।

ନ୍ୟୁଜ୍‌ ୭ ଏବଂ ପ୍ରମେୟର ଡିଜିଟାଲ ମୁଖ୍ୟ ଅମରେଶ ଦାସ କହିଛନ୍ତି, ‘ଖବର ସରବରାହ ପାଇଁ ଡିଜିଟାଲ ମିଡିଆ ଏକ ପ୍ରମୁଖ ମାଧ୍ୟମ ଭାବେ ଉଭା ହୋଇଛି । ଅନ୍ୟ ମିଡିଆ ଅପେକ୍ଷା ଡିଜିଟାଲ୍ ମିଡିଆ ଖୁବ୍ କମ୍ ସମୟରେ ବିଶ୍ୱବ୍ୟାପୀ ଲୋକଙ୍କ ପାଖରେ ଖବର ପହଞ୍ଚାଇ ଆଦ୍ରୁତ ହୋଇପାରୁଛି। ଓଡ଼ିଶାର ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ସୁମା ରିୟଲ ମିଡିଆ(ଏସ୍ଆରଏମ୍)ର ଶାଖା ପ୍ରମେୟ.କମ୍‌, ପ୍ରମେୟନ୍ୟୁଜ.କମ୍‌ ଏବଂ ପ୍ରମେୟନ୍ୟୁଜ ୭.କମ୍‌ ଖୁବ କମ ସମୟ ମଧ୍ୟରେ ଡିଜିଟାଲ୍ ମିଡିଆ ଜଗତରେ ଏକ ବିପ୍ଳବ ସୃଷ୍ଟି କରିଛି। ଡିଜିଟାଲି ଖବର ପହଞ୍ଚାଇବାରରେ ଓଡ଼ିଶାବାସୀଙ୍କ ପ୍ରିୟ ଓ ନମ୍ବର ୱାନ୍ ଡିଜିଟାଲ୍ ମିଡିଆ ହୋଇପାରିଛି। ଡିଜିଟାଲ ମିଡିଆରେ ପ୍ରତ୍ୟେକ ଖବରର ନିଜସ୍ବ ଏକ ପାଠକୀୟ ଆଦୃତି ରହିଛି । ଏହାକୁ ବଜାୟ ରଖିବା ସହ କମ ସମୟ ମଧ୍ୟରେ ପାଠକଙ୍କ ନିକଟରେ ସଠିକ୍‌ ଏବଂ ତଥ୍ୟ ଭିତ୍ତିକ ଖବର ପହଞ୍ଚାଇବା ଆମର ମୂଳ ଲକ୍ଷ୍ୟ ହେବା ଆବଶ୍ୟକ । ଆମ ଟିମ୍‌ ନିରନ୍ତର ଭାବେ ତଥ୍ୟ ଭିତ୍ତିକ ଖବର ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି  । ସେଥିପାଇଁ ନ୍ୟୁଜ-୭ ଏବଂ ପ୍ରମେୟ ଡିଜିଟାଲ ମିଡିଆର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ।’

ପ୍ରମେୟ ନ୍ୟୁଜ ୭ ସେଲ୍ସ ଆଣ୍ଡ ମାର୍କେଟିଂ ମୁଖ୍ୟ ହିଂମାଶୁ ହୋତା, ନ୍ୟୁଜ ୭ ସେଲ୍ସ ହେଡ୍ ସିଦ୍ଧାର୍ଥ ରାୟ, ପ୍ରମେୟ.କମ୍‌, ପ୍ରମେୟନ୍ୟୁଜ.କମ୍‌ ଏବଂ ପ୍ରମେୟନ୍ୟୁଜ ୭.କମ୍‌ କନସୋଲଟିଂ ହେଡ୍‌ ସୁବ୍ରତ ଦାସ, ନ୍ୟୁଜ୍ ୭ ଡିଜିଟାଲ ପରାମର୍ଶଦାତା ଯୁବନାଶ୍ବ ମିଶ୍ର, ପ୍ରମେୟ ବ୍ୟୁରୋ ଚିଫ୍‌ ଦେବେନ୍ଦ୍ର ସୁଆର୍ ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ ନ୍ୟୁଜ ୭ ଏବଂ ପ୍ରମେୟ ଡିଜିଟାଲ ମୁଖ୍ୟ ଅମରେଶ ଦାସ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.