ନୂଆଦିଲ୍ଲୀ: ମେଲବୋର୍ଣ୍ଣରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ ଅଷ୍ଟ୍ରେଲିଆ ଜିତିଛି। କଙ୍ଗାରୁ 184 ରନ୍ ରେ କରି ବକ୍ସିଂ ଡେ ଟେଷ୍ଟ ଜିତିଛି। ଏହା ସହ ଅଷ୍ଟ୍ରେଲିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ 2-1 ଅଗ୍ରଣୀ ହାସଲ କରିଛି। ଏବେ ଭାରତ ପାଇଁ WTC ଫାଇନାଲରେ ପହଞ୍ଚିବା କଷ୍ଟସାଧ୍ୟ ହୋଇପଡ଼ିଛି। ଏହି ଟେଷ୍ଟର ପଞ୍ଚମ ଦିନରେ ଭାରତକୁ 340 ରନ୍ ର ଲକ୍ଷ୍ୟ ଥିଲା। ଏହାର ଜବାବରେ ଟିମ୍ ଇଣ୍ଡିଆ ମାତ୍ର 155 ରନ୍ କରି ସମସ୍ତ ୱିକେଟ ହରାଇଥିଲା। ଦ୍ୱିତୀୟ ଇନିଂସରେ ଭାରତ ପାଇଁ ଯଶସ୍ଵୀ ଜୟସ୍ଵାଲ ସର୍ବାଧିକ 84 ରନ୍ ସଂଗ୍ରହ କରିଥିଲେ। ଅଷ୍ଟ୍ରେଲିଆ ପାଇଁ ପ୍ୟାଟ୍ କମିନ୍ସ ଏବଂ ସ୍କଟ୍ ବୋଲାଣ୍ଡ ପ୍ରତ୍ୟେକ ତିନୋଟି ୱିକେଟ୍ ନେଇଥିଲେ। ନାଥନ୍ ଲିଅନ୍ ମଧ୍ୟ ଦୁଇଟି ସଫଳତା ପାଇଥିଲେ।
Comments are closed, but trackbacks and pingbacks are open.