ରୋବଟ୍ ମାଧ୍ୟମରେ ଶିକ୍ଷାଦାନ

62

ମୁମ୍ବାଇର ଏକ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ରୋବଟ୍ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଉଛି । ଏହି ରେବାଟ୍‌ର ନାଁ ‘ସାଲୁ’ । ତେବେ ଏହାର ବିଶେଷତ୍ୱ ହେଉଛି ଏହାକୁ ବର୍ଜ୍ୟବସ୍ତୁରୁ ନିର୍ମାଣ କରାଯାଇଛି । ଏଥିରେ କାର୍ଡବୋର୍ଡ ଓ ଘରର ବର୍ଜ୍ୟବସ୍ତୁ ଉପଯୋଗ କରାଯାଇଛି । ତେବେ ଏହାକୁ ବିକଶିତ କରିଛନ୍ତି ଆଇଆଇଟି ବମ୍ବେର କମ୍ପ୍ୟୁଟର ବିଜ୍ଞାନ ଶିକ୍ଷକ ଦୀନେଶ କୁୱର ପଟେଲ । ରୋବଟ୍ ସାଲୁ ନଅଟି ଭାରତୀୟ ଭାଷା ଓ ୩୮ଟି ବିଦେଶୀ ଭାଷାରେ କଥାବାର୍ତ୍ତା କରିପାରେ । ରୋବଟ୍ ମାଧ୍ୟମରେ ଶିକ୍ଷାଦାନ ସହଜ ହେଉଥିବା ବେଳେ ପିଲାମାନେ ମଧ୍ୟ ରୋବଟ୍ ପଢ଼ାକୁ ପସନ୍ଦ କରୁଛନ୍ତି । ଅନ୍ୟପଟେ ଯେଉଁ ବିଷୟରେ ରୋବଟକୁ ଶିକ୍ଷାଦାନ କରିବାକୁ ଥାଏ, ସେହି ବିଷୟର ଏକ ଫାଇଲ୍ ଏଥିରେ ଅପଲୋଡ୍ କରାଯାଏ । ଏହା ପରେ ସେହି ଅନୁସାରେ ରୋବଟ୍ ପିଲାଙ୍କୁ ପଢ଼ାଇଥାଏ ।

Comments are closed, but trackbacks and pingbacks are open.