ଶିକ୍ଷକ ଓ ଛାତ୍ର ଛାତ୍ରୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ କରାଯାଉ:ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

28

ଏବେ ବିଶ୍ୱ ରେ କରୋନା ସଂକ୍ରମଣ ହାର କମୁଥିବାରୁ ଏହାକୁ ନଜରରେ ରଖି ବିଭିନ୍ନ ଦେଶ ତଥା ସରକାର ମାନେ କରୋନା କଟକଣା କୋହଳ କରିବାରେ ଲାଗିଛନ୍ତି । କେତେକ ରାଜ୍ୟ ରେ ବନ୍ଦ ରହିଥିବା ଶିକ୍ଷାନୁଷ୍ଠାନ ଗୁଡିକୁ ଖୋଲିବାକୁ ସରକାର ନିଷ୍ପତି ନେଲେଣି iକିନ୍ତୁ ଅନେକ ସ୍ଥାନ ରେ ଏ ପର୍ଯ୍ୟନ୍ତ ଟୀକାକରଣ ସମ୍ପୂର୍ଣ୍ଣ ହୋଇ ନାହିଁ ଇ ତେଣୁ ପ୍ରଥମେ ସ୍କୁଲ ଖୋଲିବା ପୂର୍ବରୁ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟୀକାକରଣ ପାଇଁ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ୟୁନିସେଫ ତରଫରୁ ସୋମବାର ଦିନ କୁହାଯାଇଛି କି ଶିକ୍ଷକ, ଶିକ୍ଷାକର୍ମୀ ଓ ଛାତ୍ର ଛାତ୍ରୀମାନଙ୍କୁ ତାଙ୍କ ସରକାର ଅଗ୍ରାଧିକାର ଦେଇ ପ୍ରଥମେ ଟିକା ଯୋଗାଇ ଦିଅନ୍ତୁ । ସଂଯୁକ୍ତ ରାଷ୍ଟ୍ରର ଏଜେନ୍ସିମାନେ କହିଛନ୍ତି କି ଯଦି ସ୍କୁଲ ଖୋଲିବାକୁ ଚାହୁଁଛନ୍ତି ତେବେ ସାରା ବିଶ୍ୱର ଶିକ୍ଷାନୁଷ୍ଠାନ ମାନଙ୍କରେ ଅଗ୍ରାଧିକାର ଭିତ୍ତିରେ ଟିକାକରଣ କରାଯାଉ । ଟିକାକରଣ ଦ୍ୱାରା ସୁନିଶ୍ଚିନ୍ତ କରାଯାଇ ପାରିବ କି ବିନା ବିପଦରେ ଶ୍ରେଣୀ ଗୃହରେ ଶିକ୍ଷକ, ସ୍କୁଲ କର୍ମଚାରୀ ଓ ଛାତ୍ର ଛାତ୍ରୀମାନେ ପାଠ ପଢିପାରିବେ । ଡବ୍ଲ୍ୟୁଏଚଓର ୟୁରୋପୀୟ କ୍ଷେତ୍ର ନିର୍ଦ୍ଦେଶକ ହେଂସ କ୍ଲୁଜ କହିଛନ୍ତି କି ପିଲାମାନଙ୍କୁ ଶିକ୍ଷା, ମାନସିକ ସ୍ୱାସ୍ଥ୍ୟ ଓ ସାମାଜିକ କୋଶଳ ପାଇଁ ଟିକା କରଣ ସବୁଠାରୁ ଅତ୍ୟାବଶ୍ୟକ । ଏହାଦ୍ୱାରା ପିଲା ସୁସ୍ଥ ରହିବା ସହ ସମାଜରେ ଜଣେ ଦାୟିତ୍ୱବାନ ନାଗରିକ ହୋଇପାରିବ । ଏହି କରୋନା ମହାମାରୀ ପାଇଁ ବର୍ତ୍ତମାନ ଦୁଇ ବର୍ଷ ପାଖାପାଖି ହେବ ସମସ୍ତ ଶିକ୍ଷନୁଷ୍ଠାନ ବନ୍ଦ ରହିଥିଲା ଇ ଅବଶ୍ୟ କେତେକ ସ୍ଥାନ ରେ ଅନଲୋକ ପ୍ରକ୍ରିୟା କୋହଳ ହେବାପରେ ଶିକ୍ଷାନୁଷ୍ଠାନ ଖୋଲୁଛି ତେଣୁ ପ୍ରଥମେ ଏଠାରେ ଟିକାକରଣ ହେବା ଅତ୍ୟନ୍ତ ଜରୁରୀ iମହାମାରୀ ଦ୍ୱାରା ବିଶେଷ ଭାବେ ଶିକ୍ଷ୍ୟ ବ୍ୟବସ୍ଥା ବିଶେଷ କ୍ଷତିଗ୍ରସ୍ତ ହୋଇଥିବେ ସେ କହିଛନ୍ତି I

Leave A Reply

Your email address will not be published.