ଫିନଲ୍ୟାଣ୍ଡରେ ତାଲିମ ନେବା ଶିକ୍ଷକ

22

ସରକାର କଲେ ବଡ ଘୋଷଣା । ସରକାରୀ ସ୍କୁଲର ଶିକ୍ଷକମାନେ ନେବେ ତାଲିମ । ତାଲିମ ନେବା ପାଇଁ ଶିକ୍ଷକ ମାନଙ୍କୁ ପଠାଯିବ ଫିନଲ୍ୟାଣ୍ଡ । ସରକାରୀ ସ୍କୁଲର ଶିକ୍ଷକ ତାଲିମ ନେବା ଯିବେ ଫିନଲ୍ୟାଣ୍ଡ । ସେମାନଙ୍କୁ ଉନ୍ନତଧରରଣ ତାଲିମ ଦେବା ପାଇଁ ସରକାର ଫିନଲ୍ୟାଣ୍ଡ ପଠାଇବାକୁ ଚାହୁଁଥିଲେ । ଏହାକୁ ମଞ୍ଜୁରି ଦେଇଛନ୍ତି ଭିକେ ସକ୍ସେନା । ଏହି ପ୍ରସ୍ତାବ ଉପରେ ମୋହର ମାରିଛନ୍ତ ଭିକେ ସକ୍ସେନା । ତେଣୁ ଖୁବଶୀଘ୍ର ଦିଲ୍ଲୀର ଶିକ୍ଷକମାନେ ତାଲିମ ପାଇଁ ଫିନଲ୍ୟାଣ୍ଡ ଗସ୍ତ କରିବେ । ସେହିପରି ପିଲାଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ କରିବାକୁ ଦିଲ୍ଲୀ ସରକାର କରିଥିବା ଯୋଜନା ଶେଷରେ ସଫଳ ହେବ ବୋଲି କୁହାଯାଉଛି ।

ଉପ ରାଜ୍ୟପାଳ ଏହି ପ୍ରସ୍ତାବ ଉପରେ ମୋହର ମାରିବା ସହ ଟ୍ରେନିଂ ପାଇଁ ଯିବାକୁ ଥିବା ପ୍ରାଥମିକ ଇନଚାର୍ଜଙ୍କ ସଂଖ୍ୟା ୫୨ରୁ ବଢ଼ାଇ ୮୭ କରି ଦେଇଛନ୍ତି । ଉପରାଜ୍ୟପାଳଙ୍କ ମତରେ ଦିଲ୍ଲୀରେ ୨୯ଟି ପ୍ରଶାସିନିକ ଜୋନ ରହିଛି । ପ୍ରତି ଜୋନରୁ ୩ ଜଣ ଲେଖାଏ ପ୍ରାଥମିକ ଇନଚାର୍ଜ ଟ୍ରେନିଂ ପାଇଁ ଫିନଲ୍ୟାଣ୍ଡ ଯାଇପାରିବେ । ଦିଲ୍ଲୀର ସରକାରୀ ସ୍କୁଲର ଶିକ୍ଷକମାନଙ୍କୁ ଟ୍ରେନିଂ ପାଇଁ ଫିନଲ୍ୟାଣ୍ଡ ପଠାଇବା ପ୍ରସ୍ତାବକୁ ନେଇ ଆପ୍ ସରକାର ଓ ଉପ ରାଜ୍ୟପାଳଙ୍କ ମଧ୍ୟରେ ଦୀର୍ଘଦିନରୁ ତିକ୍ତତା ଲାଗି ରହିଥିଲା । କେଜ୍ରିୱାଲ ସରକାର ଯେତେବେଳେ ପ୍ରଥମଥର ତାଲିମ ପାଇଁ ଶିକ୍ଷକଙ୍କୁ ଫିନଲ୍ୟାଣ୍ଡ ପଠାଇବାକୁ ପ୍ରସ୍ତାବ ଦେଇଥିଲେ ସେତେବେଳେ ଏହାକୁ ଉପ ରାଜ୍ୟପାଳ ଗ୍ରହଣ କରି ନଥିଲେ । ବିଦେଶକୁ ପଠାଇବା ପରିବର୍ତ୍ତେ ଦେଶ ଭିତରେ ଶିକ୍ଷକଙ୍କୁ ତାଲିମ ଦେବାର ବ୍ୟବସ୍ଥା କରିବାକୁ ଉପ ରାଜ୍ୟପାଳଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଥିଲା ।

ତେବେ ଦିଲ୍ଲୀ ସରକାର ପୁଣିଥରେ ଜାନୁଆରୀ ୨୦ରେ ଏ ସଂକ୍ରାନ୍ତ ଫାଇଲ ଉପ ରାଜ୍ୟପାଳଙ୍କ ପାଖକୁ ପଠାଇଥିଲେ । ଏହି ଫାଇଲ ମିଳିବା ପରେ ଉପ ରାଜ୍ୟପାଳ ବେଶ କିଛି ଦିନ ଏହାକୁ ନିଜ ପାଖରେ ପକାଇ ରଖିଥିଲେ । କିନ୍ତୁ ଆଜି ଶେଷରେ ସେ ଏହି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ।

Comments are closed, but trackbacks and pingbacks are open.