ଶିକ୍ଷୟିତ୍ରୀ ମମିତା ମୃତ୍ୟୁ ମାମଲା ,ସିବିଆଇ ତଦନ୍ତ ହେଉ :ରେଖା ଶର୍ମା

20

ବହୁ ଚର୍ଚିତ ମହାଲିଙ୍ଗ ସନ ସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି ସପକ୍ଷରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା ମତ ଦେଇଛନ୍ତି । କଟକ ରେ ଆୟୋଜିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ହେଉଥିବା ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗ ଉଠାଇଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା I ଏହା ସହିତ ମମିତା ମେହେର ହତ୍ୟାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଦାବି କରି ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ଗତ ଦୁଇ ଦିନ ତଳେ ତଥ୍ୟପ୍ରମାଣ ଉପସ୍ଥାପନ କରାଯିବା ପରେ ମହିଳା କମିଶନ ଅଧ୍ୟକ୍ଷା ଆଜି ଓଡ଼ିଶା ଗସ୍ତରେ ଆସି ପୁଲିସ ଡିଜି ସୁନୀଲ କୁମାର ବନସଲଙ୍କୁ ଭେଟି ଏହି ଘଟଣାର ସିବିଆଇ ତଦନ୍ତ ନିମନ୍ତେ ସୁପାରିଶ କରିବାକୁ ପରାମର୍ଶ ଦେଇଛନ୍ତି । ଏହା ସହିତ ପୋଲିସ ଦ୍ୱାରା ଦାଖଲ ହୋଇଥିବା ଚାର୍ଜସିଟ ରେ ବିବାଦୀୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଂକର ନାଁ ନ ଥିବାରୁ ,ମନ୍ତ୍ରୀ ଙ୍କୁ ମଧ୍ୟ ପକ୍ଷଭୁକ୍ତ କରି ସାନି ଚାର୍ଜ ସିଟ କରିବାକୁ ପରାମର୍ଶ ଦେଇଛନ୍ତି I ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରେଖା ଶର୍ମା କହିଛନ୍ତି ଯେ, ମମିତା ମେହେର ହତ୍ୟା ମାମଲାରେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିବା ଦରକାର । କେତେକ ପ୍ରସଙ୍ଗ ଏବେବି ଅସ୍ପଷ୍ଟ ରହିଛି । ତେଣୁ ସିବିଆଇ ତଦନ୍ତ କରାଗଲେ ସବୁ ତଥ୍ୟ ପଦାକୁ ଆସିପାରିବ ।

Comments are closed, but trackbacks and pingbacks are open.