ତାତିଲେ ଆଶା କର୍ମୀ, ତୁରନ୍ତ ଦାବି ପୂରଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଚେତାବନୀ

62

ଭୁବନେଶ୍ୱର : ରାଜଧାନୀରେ ଗର୍ଜିଲେ ଆଶା କର୍ମୀ ।  ୧୮ ଦଫା ଦାବିରେ ଆଶାକର୍ମୀଙ୍କ ଭୁବନେଶ୍ବର ଲୋୟର ପିଏମଜିରେ ଗଣଧାରଣା । ଡବଲ ଇଂଜିନ ସରକାର ତୁରନ୍ତ ଦାବି ପୂରଣ ନକଲେ ଆଶାକର୍ମୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଆଶାକର୍ମୀଙ୍କୁ ସ୍ଥାୟୀ କର୍ମଚାରୀର ମାନ୍ୟତା, ପ୍ରୋତ୍ସାହନ ରାଶି ପରିବର୍ତ୍ତେ ମାସିକ ୨୬ ହଜାର ଟଙ୍କା ଦରମା, ମୃତ୍ୟୁ କାଳୀନ ସହାୟତା ୧୦ ଲକ୍ଷ ଟଙ୍କା, ମାସିକ ୧୦ ହଜାର ଟଙ୍କା ପେନସନ, ଇପିଏଫ, ଇଏସଆଇ ସହ ଗ୍ରାଚ୍ୟୁଇଟି ଲାଗୁ ଓ ପ୍ରସବ କାଳୀନ ସବୈତନିକ ଛୁଟି ପାଇଁ ଆଶା କର୍ମୀ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆଶାକର୍ମୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧନସଭା ସମ୍ମୁଖରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ।

Comments are closed, but trackbacks and pingbacks are open.