ଆଜିଠୁ ବଢିବ ତାତି !

28

ଆଜିଠୁ ବଢିବ ତାତି । ଆଜିଠୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ । ବର୍ତ୍ତମାନ ରାଜ୍ୟରେ ଦିନର ତାପମାତ୍ରା ଅଧିକ ରହୁଥିବା ବେଳେ ଆଜି ଉଭୟ ଦିନ ଓ ରାତିର ତାପମାତ୍ରା ଅଧିକ ରହିବ । ଫଳରେ ଗତ ୨-୩ ଦିନ ହେବ ରାତିରେ ଅନୁଭୂତ ହେଉଥିବା ହେଉଥିବା ଥଣ୍ଡା ହ୍ରାସ ପାଇବ ।

ପାଣିପାଗ କେନ୍ଦ୍ରର ପକ୍ଷରୁ ନିଳିଥିବା ସୂଚନା ଅନୁସାରେ ଆସନ୍ତା ୪ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ୨-୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ରବିବାର ବୌଦ୍ଧରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଏଠାରେ ପାରଦ ୩୪ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଅନୁଗୁଳ ୩୩.୭ , ଭୁବନେଶ୍ୱରରେ ୩୩.୫ , ଝାରସୁଗୁଡା , ମାଲକାନଗିରି ଓ ନୟାଗଡରେ ତାପମାତ୍ରା ୩୩ ରେକର୍ଡ କରାଯାଇଛି ।

ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଏହି ସବୁ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ପାର କରିବାର ସମ୍ଭାବନା ସୃଷ୍ଟି ହୋଇଛି ।

Comments are closed, but trackbacks and pingbacks are open.