ବିଧାନ ସଭାରେ ତାତିଲେ ତାରା :ପୋଡିୟମ ଉପରକୁ ଫିଙ୍ଗିଲେ ଇୟରଫୋନ

96

ବିଧାନସଭାରେ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଲା କଂଗ୍ରେସ I ୧୦୪ଟି ଖଣି ମାଲିକ ଓଡିଶାର ସମ୍ପତି ହରି ଲୁଟ୍ କରିଥିବା ଅଭିଯୋଗ ଆଣିଛନ୍ତି ତାରା । ଖଣି ଅନିୟମିତତା ପ୍ରସଙ୍ଗରେ ଆଲୋଚନା କରିବାକୁ କଂଗ୍ରେସ ଚାହୁଁଥିଲେ ବି ବାଚସ୍ପତି ଉକ୍ତ ପ୍ରସଙ୍ଗକୁ ଏଡାଇ ଯାଉଥିବା କହି ତାତିଛନ୍ତି ତାରା । ଏ ନେଇ ଗୃହ ରେ କଂଗ୍ରେସ ସଦସ୍ୟ ମାନେ ପ୍ରବଳ ହଟ୍ଟଗୋଳ ଆରମ୍ଭ କରିଥିଲେ I ଏହି ସମୟ ରେ ବିଧାୟକ ତାରା ବାହିଦୀପତି ତାତି ଯାଇ ବାଚସ୍ପତିଙ୍କ ପୋଡ଼ିୟମ୍ ଉପରକୁ ଚେୟାର ଟେକି ଧରିଥିଲେ । ଏହା ସହ ଇୟର ଫୋନ ମଧ୍ୟ ଫୋପାଡ଼ିଦେଲେ ତାରା ବାହିନୀପତି । ସେହି ସମୟରେ ତାରାଙ୍କ ଠାରୁ ଚେୟାର ଛଡାଇ ନେଇଥିଲେ ସୁରକ୍ଷାକର୍ମୀ ସେପଟେ ଗୃହରେ ତାରାଙ୍କ ଆଚରଣକୁ ନାପସନ୍ଦ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବାଚସ୍ପତି କହିଛନ୍ତି ଜଣେ ବରିଷ୍ଠ ସଭ୍ୟ ହୋଇ ଏଭଳି ଆଚରଣ ଠିକ୍ ନୁହେଁ ।
ସେପଟେ ଆଜି ପାନୀୟ ଜଳ ପ୍ରକଳ୍ପ ଓ ପିଇବା ପାଣି ସଙ୍କଟ ନେଇ ଗୃହରେ ଉଦବେଗ ବି ପ୍ରକାଶ ପାଇଛି । ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ବିଳମ୍ବ ନେଇ ଗୃହରେ ଆଲୋଚନା ବେଳେ ପିଇବା ପାଣି ପ୍ରସଙ୍ଗ ମଧ୍ୟ ଉଠାଇ ଉଭୟ ଶାସକ ଓ ବିରୋଧୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଖରାଦିନେ ପିଇବା ପାଣି ସଙ୍କଟ ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି । ତେବେ ପାନୀୟ ଜଳ ସଙ୍କଟ ଉପରେ ବିରୋଧୀ ଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା I ମନ୍ତ୍ରୀ ଙ୍କ ସୂଚନାନୁସାରେ ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସହରାଞ୍ଚଳରେ ଥିବା ସମସ୍ତ ପରିବାରକୁ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଇ ଦିଆଯିବା ସହିତ ୨୦୧୪ ସୁଦ୍ଧା ସମସ୍ତ ଗ୍ରାମାଞ୍ଚଳ କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି।

Comments are closed, but trackbacks and pingbacks are open.