ତପସ୍ୱିନୀ ଙ୍କ ତପସ୍ୟା ସଫଳ : କୋର୍ଟଙ୍କ ରାୟ ଅନୁସାରେ ନିଜ ଶାଶୂଘରେ ରହିବେ ତପସ୍ୱିନୀ

8

ସଫଳ ହେଲା ତପସ୍ବିନୀଙ୍କ ତପସ୍ୟା ଇ ନିଜ ଶ୍ଵଶୁରଙ୍କ ଘରେ ରହିବେ ତପସ୍ୱିନୀ I ବହୁଚର୍ଚ୍ଚିତ ସୁମିତ-ତପସ୍ୱିନୀ ପାରିବାରିକ ମାମଲାରେ ଜିଲ୍ଲା ଜଜ କୋର୍ଟ ଶୁଣାଇଲେ ଗୁରୁତ୍ତ୍ୱପୂର୍ଣ୍ଣ ରାୟ । ସୁମିତଙ୍କ ବ୍ରହ୍ମାନଗର ସ୍ଥିତ ଘରେ ତପସ୍ୱିନୀ ରହିବା ନେଇ କୋର୍ଟ ରାୟ ଦେଇଛନ୍ତି । ଏହା ସହିତ ସୁମିତ ତପସ୍ୱିନୀ ଙ୍କୁ ମାସିକ ୧୭ ହଜାର ଟଙ୍କା ଚଳିବା ବାବଦ କୁ ଦେବେ ଏବଂ ଏଥିପାଇଁ ଟଙ୍କା ପାଇଲେ ବୋଲି ତପସ୍ୱିନୀ ତାଙ୍କୁ ରସିଦ ଦେବେ I ତେବେ ଏହି ଟଙ୍କା ତାଙ୍କୁ ପ୍ରତିମାସ ୧୦ ତାରିଖ ସୁଦ୍ଧା ଦେବାକୁ କୋର୍ଟ ତାଙ୍କ ରାୟ ରେ ଶୁଣାଇଛନ୍ତି I ସେହିଭଳି ତପସ୍ୱିନୀ କିମ୍ବା ସୁମିତ କେହି କାହାକୁ ଆକ୍ଷେପ କରି କିଛି କହିବେନାହିଁ I ଉଭୟ ଙ୍କ ପରିଵାର ମଧ୍ୟ ଦୁଇ ଜଣଙ୍କ ମଧ୍ୟରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିପାରିବେ ନାହିଁ I ଅନ୍ୟପଟେ ଡାକ୍ତର ସୁମିତଙ୍କ ଓକିଲ ଯେଉଁ ଅପିଲ ଫାଇଲ କରିଥିଲେ, ତାହାକୁ କୋର୍ଟ ଖାରଜ କରିଛନ୍ତି ବୋଲି ପ୍ରଦୀପ କହିଛନ୍ତି ।
ସୂଚନା ଅନୁସାରେ ତପସ୍ୱିନୀ ବହୁବେଶରେ ଆସି ଶ୍ୱଶୁର ଘର ଆଗରେ ଧାରଣାରେ ବସିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଏହାପରେ ତପସ୍ୱିନୀଙ୍କୁ ନ୍ୟାୟ ଦେବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ମଧ୍ୟ ହୋଇଥିଲା । ଏବେ ଏହାର ମାମଲା କୋର୍ଟରେ ଶୁଣାଣି ହୋଇଛି । ଦୀର୍ଘ ୪୪ ଦିନ ଧରି ଧାରଣା ପରେ ତପସ୍ୱିନୀ ଙ୍କ ସପକ୍ଷରେ କୋର୍ଟ ଏହି ରେ ଶୁଣାଇଛନ୍ତି I
ଅନ୍ୟପଟେ ଏତେଦିନ ଧରି ଆତ୍ମଗୋପନ କରିବାପରେ ତପସ୍ବିନୀଙ୍କ ସ୍ୱାମୀ ସୁମିତ ଜିଲ୍ଲା ଜଜ କୋର୍ଟଙ୍କ ଏହି ରାୟ ବିରୁଦ୍ଧରେ ହାଇକୋର୍ଟରେ ଚାଲେଞ୍ଜ କରିବେ ବୋଲି ତାଙ୍କ ଓକିଲ ସୂଚନା ଦେଇଛନ୍ତି I

Leave A Reply

Your email address will not be published.