ରାଜଧାନୀରେ କାଳବୈଶାଖୀ ର ତାଣ୍ଡବ

36

ଭୁବନେଶ୍ୱର : ଗୁରୁବାର ଅପରାହ୍ନରେ ହଠାତ ଭୁବନେଶ୍ୱର ପାଣିପାଗର ପରିବର୍ତନ ହୋଇଥିଲା I ସକାଳୁ ସକାଳୁ ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ରଚିଥିଲା ତାଣ୍ଡବ I ଅପରାହ୍ନ ସାଢେ ୪ ଟା ବେଳକୁ ଆରମ୍ଭ ହୋଇଯାଇଥିଲା ପ୍ରଚଣ୍ଡ ଧୂଳିଝଡ଼ ତା ସହିତ ୩୦ରୁ ୪୦ କିଲୋମିଟର ବେଗରେ ବୋହି ଚାଲିଥିଲା ପବନ I ଏହି ସମୟରେ ରାସ୍ତାରେ ଯିବାଆସିବା କରୁଥିବା ଲୋକେ କାଳବୈଶାଖୀ ପବନକୁ ଡରି ଯାଇ ନିରାପଦ ସ୍ଥାନକୁ ଧାଁ ଦୌଡ଼ କରୁଥିବା ଦେଖାଯାଇଥିଲା । ରାଜଧାନୀରେ ଅନେକ ସ୍ଥାନରେ ଗଛର ଡାଳଗୁଡ଼ିକ ଭାଙ୍ଗି ପଡ଼ି ରାସ୍ତା ଅବରୋଧ ହୋଇଥିଲା I

କିଛି ସମୟର କାଳବୈଶାଖୀ ସତେ ଯେମିତି ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିଦେଇଛି । ଆଜି ଯେତେ ଜୋରରେ ବର୍ଷା ହେଉଥିଲା, ସେତେ ଜୋର୍ ପବନ ବି ହେଉଥିଲା । ପ୍ରବଳ ବେଗରେ ପବନ ହେଉଥିବାରୁ ସତେ ଯେମିତି ବାତ୍ୟାର ଭ୍ରମ ସୃଷ୍ଟି କରିଥିଲା I କଟକ, ଭୁବନେଶ୍ୱର, ବାଲେଶ୍ୱର, ଖୋର୍ଦ୍ଧାରେ କାଳବୈଶାଖୀ ତାଣ୍ଡବ ପାଇଁ ଅପରାହ୍ନ ଠାରୁ ବିଜୁଳି ବିଭ୍ରାଟ ସାଙ୍ଗକୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

Comments are closed, but trackbacks and pingbacks are open.