ଚେନ୍ନାଇ: ମଙ୍ଗଳବାର ସନ୍ଧ୍ୟାରେ ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏନୋର ଥର୍ମାଲ ପାୱାର ପ୍ଲାଣ୍ଟର ନୂତନ ସ୍ଥାନରେ ନିର୍ମାଣ କାର୍ଯ୍ୟ ସମୟରେ ଆର୍ଚ ଭୁଶୁଡ଼ି ପଡ଼ିଛି। ଏହି ସମୟରେ ସେଠାରେ କାମ କରୁଥିବା ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ତାପଜ ବିଦ୍ୟୁତ୍ କେନ୍ଦ୍ରର ଶ୍ରମିକମାନେ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୁର୍ଘଟଣାରେ ଏପର୍ଯ୍ୟନ୍ତ ନଅ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନେକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।ଏହି ସମୟରେ ଲୋକମାନେ ଦୁର୍ଘଟଣା ବିଷୟରେ ପୋଲିସ ଏବଂ ପ୍ରଶାସନକୁ ମଧ୍ୟ ଜଣାଇଥିଲେ।ସୂଚନାଥାଉକି, ମୃତକମାନେ ଉତ୍ତର ଭାରତର ପ୍ରବାସୀ ଶ୍ରମିକ ବୋଲି କୁହାଯାଉଛି। ଧ୍ୱଂସାବଶେଷ ତଳେ ଫସି ରହିଥିବା ଶ୍ରମିକମାନଙ୍କୁ ବହୁ କଷ୍ଟରେ ଉଦ୍ଧାର କରାଯାଇଥିଲା।
Comments are closed, but trackbacks and pingbacks are open.