ଅମିତ ଶାହଙ୍କୁ ବିଦ୍ରୂପ କରି କହିଲେ ତାମିଲନାଡୁ କ୍ରୀଡ଼ାମନ୍ତ୍ରୀ

325

ଚେନ୍ନାଇ: ଆପଣଙ୍କ ପୁଅ କେତେଟା କ୍ରିକେଟ୍‌ ମ୍ୟାଚ୍‌ ଖେଳିଛି ଓ କେତେ ରନ୍‌ କରିଛି ବୋଲି ଅମିତ ଶାହଙ୍କୁ ବିଦ୍ରୂପ କରି ତାମିଲନାଡୁ କ୍ରୀଡ଼ାମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌ କହିଛନ୍ତି।

ଶୁକ୍ରବାର ଦିନ ରାମେଶ୍ବରମ୍‌ରେ ରାଜ୍ୟ ‘ବିଜେପି’ ମୁଖ୍ୟ କେ. ଆନ୍ନାମଲାଇଙ୍କ ପଦଯାତ୍ରାର ଶୁଭାରମ୍ଭ କରି କେନ୍ଦ୍ର ଗୃହମନ୍ତ୍ରୀ ତଥା ‘ବିଜେପି’ ନେତା ବଂଶବାଦ ରାଜନୀତି ଉପରେ ଟିପ୍ପଣୀ ଦେଇଥିଲେ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ ଏବଂ ‘ଡିଏମ୍‌କେ’ ମେଣ୍ଟ ବଂଶବାଦ ରାଜନୀତିକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ଦୋଷାରୋପ କରିବା ସହିତ ‘ଡିଏମ୍‌କେ’ ଗୋଟାଏ ବଂଶବାଦୀ ପାର୍ଟି ବୋଲି ଶାହ କହିଥିଲେ।

ଏହାର ପ୍ରତ୍ୟୁତ୍ତର ଦେବାକୁ ଯାଇ ତାମିଲନାଡୁ କ୍ରୀଡ଼ାମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌ ଶାହଙ୍କୁ ସମାଲୋଚନା କରି ପଚାରିଛନ୍ତି, କେଉଁ ଆଧାରରରେ ତାଙ୍କ ପୁଅ ଜୟ ଶାହ ‘ବୋର୍ଡ ଅଫ୍‌ କଣ୍ଟ୍ରୋଲ୍ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ’ର (ବିସିସିଆଇ) ସମ୍ପାଦକ ପଦ ପାଇଲେ?

ଚେନ୍ନାଇରେ ‘ଡିଏମ୍‌କେ’ ଯୁବ ଶାଖାର ନୂତନ କର୍ମକର୍ତ୍ତାଙ୍କୁ ଉଦ୍‌ବୋଧନ ଦେବା ବେଳେ ଉଦୟନିଧି ଗୁରୁତ୍ବାରୋପ କରି କହି‌ଲେ ଯେ, ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ହୋଇଥିବାରୁ ତାଙ୍କୁ ମନ୍ତ୍ରୀ କରାଯାଇଛି।

ଅମିତ ଶାହ କହୁଛନ୍ତି ଯେ, ମୋତେ ମୁଖ୍ୟମନ୍ତ୍ରୀ କରାଇବା ଆମ ଦଳର ନେତାମାନେ ଆଗ୍ରହୀ। କିନ୍ତୁ, ମୁଁ ଅମିତ ଶାହଙ୍କୁ ପଚାରୁଛି, ତାଙ୍କ ପୁଅ କେମିତି ‘ବିସିସିଆଇ’ର ସମ୍ପାଦକ ହେଲେ?

ସେ କେତୋଟି କ୍ରିକେଟ୍‌ ମ୍ୟାଚ୍‌ ଖେଳିଛନ୍ତି ଓ କେତେ ରନ୍‌ ସଂଗ୍ରହ କରିଛନ୍ତି ପଚାରି ଉଦୟନିଧି ଉତ୍ତର ଦାବି କରିଛନ୍ତି।

Comments are closed, but trackbacks and pingbacks are open.