ଭାରତ ଆସିବେ ତାଲିବାନ ବୈଦେଶିକ ମନ୍ତ୍ରୀ ଅମୀର ଖାନ ମୁତାକୀ

120

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିପାରନ୍ତି ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକି l ଅଗଷ୍ଟ ୨୦୨୧ରେ ତାଲିବାନ ଆଫଗାନିସ୍ତାରେ କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ କୌଣସି ସରକାରୀ ପ୍ରତିନିଧି ଦଳ ଭାରତ ଆସିବେ। ପ୍ରଥମ ଥର ପାଇଁ ଦ୍ୱିପାକ୍ଷିକ ଆଲୋଚନା ହେବ ବୋଲି ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି।ଯଦି ମୁତାକିଙ୍କ ଗସ୍ତ ଠିକ୍ ରହିଲା ତେବେ ଏହା ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ସ୍ଥିତି ସୃଷ୍ଟି କରିବ। ଭାରତ ଏପର୍ଯ୍ୟନ୍ତ ତାଲିବାନ ଶାସନ ସହିତ ସୀମିତ ସମ୍ପର୍କ ରଖିଆସିଛି। ମୁଖ୍ୟତଃ ମାନବିକ ସହାୟତା ଏବଂ ଦୁଇ ଦେଶର ଲୋକ ସମ୍ପର୍କ ଉପରେ ଧ୍ୟାନ ଦେଇଛି। ତତ୍‌ ସହିତ ଆତଙ୍କବାଦ ଏବଂ ଆଫଗାନିସ୍ତାନରେ ମହିଳା ଏବଂ ସଂଖ୍ୟାଲଘୁଙ୍କ ଅଧିକାର ଉପରେ ନିଜର ଚିନ୍ତାକୁ ମଧ୍ୟ ଜାହିର କରିଛି।ମୁତାକିଙ୍କ ଉପରେ ଜାତିସଂଘ ସୁରକ୍ଷା ପରିଷଦର କଟକଣା ରହିଛି। ଯେଉଁଥିରେ ଯାତ୍ରା ପ୍ରତିବନ୍ଧକ ମଧ୍ୟ ରହିଛି। ତେଣୁ ସେ ବିଦେଶ ଯାତ୍ରା କରିପାରୁ ନାହାନ୍ତି।କ୍ଷମତା ଦଖଲ କରିବାର ୪ ବର୍ଷ ପରେ ବି ଆଫଗାନିସ୍ତାନ ସରକାର ଭାବେ ବିଶ୍ୱର ମାନ୍ୟତା ପାଇ ନାହିଁ। ଏମିତିକ ଭାରତ ମଧ୍ୟ ଆଫଗାନିସ୍ତାନ ସରକାରକୁ ବିଶ୍ୱ ମଞ୍ଚରେ ସ୍ୱୀକାର କରି ନାହିଁ। ତେବେ ଋଷ ଚଳିତ ବର୍ଷ ଜୁଲାଇ ମାସରେ ତାଲିବାନକୁ ଆତଙ୍କବାଦୀ ଲିଷ୍ଟରୁ ହଟାଇ ଦେବା ସହିତ ସରକାରକୁ ମାନ୍ୟତା ଦେଇଛି l ସେବେଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧାରିବା କାମ ଆରମ୍ଭ ହୋଇଛି। ଆଉ ଏବେ ଭାରତ ମଧ୍ୟ ସମାନ ପଥ ଅନୁସରଣ କରୁଛି।

Comments are closed, but trackbacks and pingbacks are open.