ତାଲିବାନ ଶାସନ ରେ ୧୦ ଗୁଣା ବଢ଼ିଲା ବୁର୍ଖା ଦର

32

ତାଲିବାନ ଶାସନ ରେ ସବୁଠାରୁ ଅଧିକ ନିର୍ଯାତିତ ହୁଅନ୍ତି ମହିଳା ଓ ଶିଶୁମାନେ ଇ୨୦ ବର୍ଷ ପରେ ପୁଣି ଥରେ ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ସବୁଠୁ ଭୟଭିତ ଅବସ୍ଥାରେ ଅଛନ୍ତି ଏଠିକାର ମହିଳା ମାନେ । ସେମାନେ ଆଶଙ୍କା କରୁଛନ୍ତି ଯେ ସେମାନଙ୍କ ର ସ୍ୱାଧୀନତା ଲୋପପାଇବ ,ମହିଳାମାନେ ତାଲିବାନର ତଥାକଥିତ ଇସଲାମିକ୍ ନିୟମରେ ନିର୍ଯାତନାର ଶିକାର ହେବେ । ଏହି ନିୟମ ଅନୁସାରେ ମହିଳାଙ୍କ ପାଇଁ ଲାଗୁହେବ କଡା ନିୟମ । ତାଲିବାନ ଆସୁଆସୁ ବୁର୍ଖାର ବେପାର ଅବିଶ୍ୱସନୀୟ ଭାବେ ବଢିଯାଇଛି । ବୁର୍ଖା ଦେକାନ ଆଗରେ ମହିଳାମାନଙ୍କର ନାହିଁନଥିବା ଭିଡ ହେଉଛି । ଏହାର ଦାମ ମଧ୍ୟ ୧୦ ଗୁଣା ବଢିଯାଇଛି । ଫଳରେ ବୁର୍ଖାର କଳାବଜାରୀ ବଢିଯାଇଛି । ଯିଏ ଘରେ ବୁର୍ଖା କିଣି ପାରିବନି ସେମାନେ ଘରେ ଥିବା ବଡ କପଡା କିମ୍ବା ବେଡସିଟରେ ନିଜ ଦେହକୁ ଢାଙ୍କିବାକୁ ବ୍ୟବସ୍ଥା କରୁଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି ।ହେଲେ ତାଲିବାନର ଜଣେ ମୁଖପାତ୍ର କହିଛନ୍ତି ଯେ ବୁର୍ଖା ବାଧ୍ୟତାମୂଳକ ନୁହେଁ । ହିଜାବ ପିନ୍ଧିଲେ ବି ଚଳିବ । ହିଜାବ ହେଉଛି ଏକ ପ୍ରକାର ସ୍କାର୍ଫ ଯେଉଁଥିରେ କେଳ ମୁଣ୍ଡ ଢାଙ୍କିହେବ । ହେଲେ ତାଲିବାନର ଏପରି କଥାକୁ ବିଶ୍ୱାସ କରିପାରୁନାହାଁନ୍ତି ଆଫଗାନି ମହିଳା ।୨୦୦୧ ପୂର୍ବରୁ ତାଲିବାନ୍ ମହିଳାଙ୍କ ପାଇଁ ବୁର୍ଖା ବାଧ୍ୟତାମୂଳକ କରିଥିଲା । ଏହି ନିୟମ ଭାଙ୍ଗିଲେ ତାଙ୍କୁ କଠୋର ଶାସ୍ତି ମଧ୍ୟ ମିଳୁଥିଲା । ତାଲିବାନର କହିବା ଓ କରିବା ଭିତରେ ଫରକ ଥିବାରୁ ଭୟରୁ ମୁକୁଳିପାରୁନାହାଁନ୍ତି ଏଠିକାର ମହିଳା ।

Leave A Reply

Your email address will not be published.