ତାଲିବାନ ନେତୃତ୍ତ୍ୱ ସଙ୍କଟ :ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିଲାଣି

27

ଗତ ଅଗଷ୍ଟ ୧୫ ରେ ତାଲିବାନୀ ଆଫଗାନିସ୍ତାନ ର କ୍ଷମତା ଅକ୍ତିଆର କରିଥିଲେ I ସମୟକ୍ରମେ ସରକାର ମଧ୍ୟ ଗଠନ କରିଛନ୍ତି I କିନ୍ତୁ ବର୍ତ୍ତମାନ ନିଜ ନିଜ ଭିତରେ କ୍ଷମତା କନ୍ଦଳ ତଥା ପଦପଦବୀ ର ଭଗବଣ୍ଟା କୁ ନେଇ ଦଳ ଦୁଇ ଭାଗ ରେ ବିଭକ୍ତ ହେଇ ଗଲାଣି I ଗୋଟିଏ ପଟେ ତାଲିବାନ ଗୋଷ୍ଠୀ ଅନ୍ୟ ପଟେ ହକ୍କାନି ନେଟୱର୍କ ର ନେତାଙ୍କ ମଧ୍ୟରେ ଚାଲିଛି ପ୍ରବଳ ସଂଘର୍ଷ I ପରିସ୍ଥିତି ଏପରି ହୋଇଥିଲା ଯେ ତାଲିବାନ ନେତା ମୁଲ୍ଲା ବରାଦର ଓ ହକ୍କାନି ନେଟୱର୍କ ମୁଖ୍ୟ ଖାଲିଲ ରହମାନ ହକ୍କାନି ମଧ୍ୟରେ ମୁଥ ମରାମରି ହୋଇଥିଲା I
ରିପୋର୍ଟ ଅନୁସାରେ ଜଣାପଡିଛି ,ତାଲିବାନ ସରକାର ର ଆଗଧାଡ଼ିରେ ଥିବା ଦୁଇ ନେତା ଙ୍କ ର ଏଯାଏ କିଛି ପତ୍ତା ମିଳିନାହିଁ I ସରକାର ଗଠନ କଥାବାର୍ତା ସମୟରେ ମୁଖ୍ୟ ପଦବୀ ରେ ରହିବାକୁ ନେଇ ଦୁଇ ନେତା ଙ୍କ ମଧ୍ୟ ରେ ସଂଘର୍ଷ ର ସୂତ୍ରପାତ ହୋଇଥିଲା I ଏଥିରେ ଉତକ୍ଷିପ୍ତ ହୋଇ ହକ୍କାନି ନେଟୱର୍କ ମୁଖ୍ୟ ଖାଲିଲ ରହମାନ ହକ୍କାନି ନିଜ ଚୌକି ରୁ ଉଠି ଆସି ତାଲିବାନ ନେତା ମୁଲ୍ଲା ବରାଦର କୁ ମୁଥ ମାରିଥିଲେ I ପରେ ଉଭୟ ପକ୍ଷ ଙ୍କ ମଧ୍ୟ ରେ ହୋଇଥିଲା ପ୍ରବଳ ସଂଘର୍ଷ I ଏହି ସଂଘର୍ଷ ରେ ହୈବାତୁଲ୍ଲା ଅଖୁନ୍ଦାଜାଦା ଓ ବରାଦର ଗୁରୁତର ଭାବରେ ଆହତ ହୋଇଥିଲେ I ଆହତ ଅବସ୍ଥା ରେ ଅଖୁନ୍ଦାଜାଦା ଏବଂ ସଂଗଠନ ର ଦୁଇ ନମ୍ବର ନେତା ତଥା ଉପପ୍ରଧାନ ମନ୍ତ୍ରୀ ମୁଲ୍ଲା ବରାଦର କୁ ପଣବନ୍ଦୀ କରାଯାଇଥିଲା I ଅବଶ୍ୟ ଏହା ଏକ ଗୁଜବ ବୋଲି ବରାଦର ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମ ର ଜଣାଇଛନ୍ତି I ସଂଘର୍ଷ ରେ ଗୁରୁତର ଆହତ ହେବା କାରଣ ରୁ ପରବର୍ତ୍ତୀ ଅବସ୍ଥା ରେ ହୈବାତୁଲ୍ଲା ଅଖୁନ୍ଦାଜାଦା ର ମୃତ୍ୟୁ ହୋଇଥିବା କୁହାଯାଉଛି I କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବରଦାର ର କୌଣସି ପତ୍ତା ମିଳିପାରିନାହିଁ I
ସରକାର ର ଶେଷ ଥର ପାଇଁ ବରାଦର ଙ୍କୁ କାନ୍ଦାହାର ଆଲୋଚନା ବେଳେ ଦେଖିବାକୁ ମିଳିଥିଲା I ସେହିପରି ଉପ ପ୍ରଧାନମନ୍ତ୍ରୀ ହୋଇଥିବା ମୁଲ୍ଲା ଅବ୍ଦଦୁଲ ଘନୀ ବରାଦର ଙ୍କୁ ପାକିସ୍ଥାନ ସହାୟତା ରେ ହକ୍କାନି ନେଟୱର୍କ ପଣବନ୍ଦୀ କରିଛି ବୋଲି ସୂଚନା ମିଳିଛି I ହକ୍କାନୀ ନେଟୱର୍କ ପାକିସ୍ଥାନ ର ଆଇଏସଆଇ ଦ୍ୱାରା ପରିଚାଳିତ ହୋଇଥାଏ I ତାଲିବାନ ର ରାଜନୈତିକ ଅସ୍ଥିରତା ରେ ମୁଖ୍ୟତଃ ପାକିସ୍ଥାନ ର ହାତ ରହିଥିବା ଶୁଣାଯାଉଛି I

Leave A Reply

Your email address will not be published.