ତାଳଚେର ବିଧାୟକଙ୍କ ପିତୃ ବିୟୋଗ, ଧର୍ମେନ୍ଦ୍ର ପ୍ରଧାନ ପରିବାରଙ୍କୁ ଭେଟି ଶୋକ ପ୍ରକାଶ କଲେ

492

ତାଳଚେର: ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ର ପିତା ପୂର୍ଣଚନ୍ଦ୍ର ପ୍ରଧାନ ଙ୍କର କିଛିଦିନ ପୂର୍ବେ ଦେହାନ୍ତ ହୋଇଯାଇଛି । ଆଜି ଶନିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଧାୟକ ଙ୍କ ହାଣ୍ଡିଧୂଆଁ ସ୍ଥିତ ବାସଭବନ କୁ ଯାଇ ବିଧାୟକ ଙ୍କ ବଡ଼ ଭାଇ ସିଦ୍ଧେଶ୍ୱର ପ୍ରଧାନ ଓ ପରିବାର ବର୍ଗଙ୍କୁ ଭେଟି ସାନ୍ତ୍ୱନା ଜଣାଇଛନ୍ତି।

ନିକଟରେ ତାଙ୍କର ପିତା ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ବିୟୋଗ ହୋଇଥିବା ବେଳେ ଗତକାଲି ଦାଦା ଦୁଃଖବନ୍ଧୁ ପ୍ରଧାନଙ୍କ ବିୟୋଗ ହେବା ଖବର ଶୁଣି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦୁଃଖିତ ଓ ମର୍ମାହତ ବୋଲି ପ୍ରକାଶ କରିଛନ୍ତି ।

ଅମର ଆତ୍ମାର ସଦଗତି କାମନା କରିବା ସହ ଏହି ଦୁଃଖଦ ସମୟରେ ମହାପ୍ରଭୁ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Comments are closed, but trackbacks and pingbacks are open.