ନୂତନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

20

ଭୁବନେଶ୍ୱର : ଆଜି ଅପରାହ୍ନ ୩ଟାରେ ଶ୍ରୀ ନିକୁଞ୍ଜ ବିହାରୀ ଧଳ (ଭା.ପ୍ର.ସେ) ନୂତନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ନୂତନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସ୍ୱାଗତ ଜଣାଇଥିଲେ । ଶ୍ରୀ ଧଳ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ, ଶକ୍ତି, ଅବକାରୀ, ଓସ୍‌ଡମା ଓ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱରେ ରହି ସୁଚାରୁ ରୂପେ କାର୍ଯ୍ୟ ସଂପାଦନ କରିଛନ୍ତି ।

Comments are closed, but trackbacks and pingbacks are open.