ଚାଉଳର ୫ଟି ଦାନା ନେଇ କରନ୍ତୁ ଆର୍ଥିକ ସମସ୍ୟା ର ସମାଧାନ

17

ଆମେ ଚାଉଳକୁ ମାତା ଅନ୍ନପୂର୍ଣ୍ଣା ରୂପରେ ଦେଖିଥାଉ I ଚାଉଳକୁ ଭୋଜନ ରେ ବ୍ୟବହାର କରିବା ସହିତ ଅରୁଆ ପୂଜାରେ ବ୍ୟବହାର କରାଯାଇଥାଏ । ଠାକୁର ଘରେ ପୂଜା ସମୟରେ ଭଗବାନ କୃଷ୍ଣ ଏବଂ ଗଣେଶ ଙ୍କୁ ଅକ୍ଷତ ଚଢା ଯାଇଥାଏ । ପୂଜା ବେଳେ ଅକ୍ଷତକୁ ପବିତ୍ର ବୋଲି ଧରାଯାଏ। ଏହା ବିନା ପୂଜା ସମ୍ପୂର୍ଣ୍ଣ ହୋଇନଥାଏ। ଧାର୍ମିକ ମାନ୍ୟତା ଅନୁସାରେ, ପୂଜା ବେଳେ ଯଦି କୌଣସି ଜିନିଷର ଅଭାବ ରହିଛି ତେବେ ତା’ ସ୍ଥାନରେ ଅକ୍ଷତକୁ ବ୍ୟବହାର କରିପାରିବା। ତେବେ କେବଳ ପୂଜାରେ ନୁହେଁ, ଚାଉଳକୁ ଆପଣ ଅନ୍ୟ ଉପାୟରେ ବ୍ୟବହାର କରି ମଧ୍ୟ ସୁଖ- ସମ୍ପତ୍ତି-ପୁଣ୍ୟ ଅର୍ଜନ କରିପାରିବେ। ତେବେ ଆସନ୍ତୁ ଜାଣିବା ପୂଜାରେ ଅକ୍ଷତ ର ବ୍ୟବହାର :
ମାନ୍ୟତା ଅନୁସାରେ ପୂଜାରେ ଅଭଙ୍ଗା ଚାଉଳ ବା ଅକ୍ଷତକୁ ପୂର୍ଣ୍ଣତାର ପ୍ରତୀକ ବୋଲି କୁହାଯାଏ। ଏଣୁ ଭଙ୍ଗା ଚାଉଳକୁ କେବେ ବି ପୂଜାରେ ବ୍ୟବହାର କରନ୍ତୁ ନାହିଁ। କୁହାଯାଏ, ଭଗବାନଙ୍କୁ ନିୟମିତ ଚାଉଳର ୫ଟି ଦାନା ଅର୍ପଣ କରିବା ଦ୍ୱାରା ଘର ଧନଧାନ୍ୟରେ ଭରିଯାଏ।

ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଶିବ ଲିଙ୍ଗ ଉପରେ ଅଳ୍ପ ଚାଉଳ ଅର୍ପଣ କରନ୍ତୁ। ଏହି ସମୟରେ ଧ୍ୟାନ ରଖିବେ ଯେ ଚାଉଳ ଯେମିତି ପରିଷ୍କାର ଓ ଗୋଟା ଗୋଟା ଥିବ। ଏହା ଦ୍ୱାରା ମହାଦେବ ଅଖଣ୍ଡ ସୌଭାଗ୍ୟ ହେବାର ଆଶୀର୍ବାଦ ଦେଇଥାନ୍ତି।

ପୁରାଣ ଅନୁସାରେ, ମା’ ଅନ୍ନପୂର୍ଣ୍ଣାଙ୍କୁ ଘରେ ଚାଉଳ ରଖୁଥିବା ସ୍ଥାନରେ ସ୍ଥାପନ କରିବା ଦ୍ୱାରା ଘରେ କେବେ ବି ଧନ ଓ ବୈଭବର ଅଭାବ ରହେ ନାହିଁ।

ପୂଜା ବେଳେ ଅକ୍ଷତ ସହ ସିନ୍ଦୁରକୁ ମିଶାଇ ଭଗବାନଙ୍କୁ ଅର୍ପଣ କରିବା ଦ୍ୱାରା ପୂଜା ଶୀଘ୍ର ସ୍ୱୀକାର ପ୍ରାପ୍ତ ହୋଇଥାଏ।

ପୂଜାକୁ ପୂର୍ଣ୍ଣ କରିବା ପାଇଁ ସବୁବେଳେ ଅକ୍ଷତ ଅର୍ପଣ କରନ୍ତୁ। ଭୋଜନ ମଧ୍ୟରେ ଅନ୍ନକୁ ସବୁଠୁ ଶ୍ରେଷ୍ଠ ବୋଲି କୁହାଯାଏ। ଏଣୁ ଭଗବାନଙ୍କୁ ଚାଉଳ ଅର୍ପଣ କରିବା ବେଳେ ମନରେ ସବୁବେଳେ ଏହା ହିଁ ଚିନ୍ତା କରିବା ଉଚିତ ଯେ ଯାହା ବି ଜୀବନରେ ମିଳିଛି ସବୁ ଭଗବାନଙ୍କ ଦୟାରୁ ସମ୍ଭବ ହୋଇଛି।

ଆପଣ ଘରେ ଟଙ୍କା ରଖୁଥିବା ସ୍ଥାନରେ ବା ବ୍ୟାଗ ରେ ଛୋଟ ନାଲି କପଡ଼ାରେ ଗୁଡ଼ାଇ ଲକ୍ଷ୍ମୀ ଙ୍କୁ ଅର୍ପଣ କରାଯାଇଥିବା କିଛି ଅକ୍ଷତ କୁ ନେଇ ରଖନ୍ତୁ I ଘରେ ବଦଖର୍ଚ୍ଚ କମିବା ସହିତ ଆର୍ଥିକ ସ୍ଥିତି ସୁଦୃଢ ହେବ I

Comments are closed, but trackbacks and pingbacks are open.