ଆଜି ର ରାଶିଫଳ

38

ରାଶିଫଳ ୨୫-୦୫-୨୦୨୨ ବୁଧୁବାର : ମେଷ ରାଶି ପାଇଁ ଦିନଟି ଅନୁକୂଳ ନୁହେଁ I ବୃଷ ରାଶି ର ବ୍ୟକ୍ତି ମାନଙ୍କ ପାଇଁ ଆଜି ଚତୁର୍ଦିଗରୁ ସଫଳତା ମିଳିବ I ମିଥୁନ ରାଶିର ବ୍ୟକ୍ତି ଙ୍କର ଆନନ୍ଦ ମୟ ପରିବେଶ ରହିବ I କନ୍ୟା ରାଶିର ବ୍ୟକ୍ତିଙ୍କର ବୈବାହିକ ଜୀବନ ସୁଖମୟ ରହିବ I

ମେଷ : ଆଜି ଆପଣଙ୍କୁ ଦିନସାରା ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ I ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଅସୁସ୍ଥ ଅନୁଭବ କରିବେ I ଖର୍ଚ୍ଚର ପରିମାଣ ମଧ୍ୟ ବୃଦ୍ଧି ପାଇବ I ପୁଞ୍ଜି ବିନିଯୋଗରେ ଯତ୍ନବାନ ହୁଅନ୍ତୁ I ଦାନ ବଦଳରେ ପ୍ରଥମେ ତୁମର କାମ ଉପରେ ଧ୍ୟାନ ଦିଅନ୍ତୁ I ଆଧ୍ୟାତ୍ମିକତା ପ୍ରତି ଅଧିକ ଆଗ୍ରହ ବଢିବ I

ବୃଷ : ଆଜି ଦିନଟି ଆପଣଙ୍କ ପାଇଁ ଆନନ୍ଦରେ ପରିପୂର୍ଣ୍ଣ ରହିବ I ବ୍ୟବସାୟ ସହିତ ପ୍ରଚୁର ଆୟ ବୃଦ୍ଧି ହେବ I ପରିବାର ଏବଂ ସାଙ୍ଗମାନଙ୍କ ସହିତ ପରିବେଶ ସୁଖଦ ହେବ I ନୂତନ ସମ୍ପର୍କ ଗଢି ଉଠିବ I ପାରିବାରିକ ଜୀବନ ଆନନ୍ଦ ମୟ ହେବ I

ମିଥୁନ : ଆଜି ଦିନଟି ଶୁଭ ଏବଂ ଅନୁଗ୍ରହରେ ପରିପୂର୍ଣ୍ଣ ହେବ I ଅଫିସରେ ସହକର୍ମୀ ଏବଂ ଅଧିକାରୀଙ୍କ ସହ ସମ୍ପର୍କ ଭଲ ରହିବ I ସାମାଜିକ ମାନ ପ୍ରତିଷ୍ଠା ବୃଦ୍ଧି ପାଇବ I ପଦୋନ୍ନତିର ସମ୍ଭାବନା ଅଛି I ସମ୍ପର୍କୀୟଙ୍କଠାରୁ ଉପହାର ଗ୍ରହଣ କରାଯାଇପାରେ I ସ୍ୱାସ୍ଥ୍ୟ ଭଲ ହେବ I ସାଂସାରିକ ଜୀବନ ସୁଖୀ ହେବ I

କର୍କଟ : ଆଜି ଆପଣ ଦାନ ,ଧର୍ମ, ଧ୍ୟାନ ଏବଂ ଦେବଦର୍ଶନରେ ଦିନ ବିତାଇବେ I ଆପଣ ଯେ କୌଣସି ତୀର୍ଥସ୍ଥାନ ଯିବାକୁ ଯୋଜନା କରିବେ I ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଖୁସି ହେବେ I ସୌଭାଗ୍ୟ ବୃଦ୍ଧି ପାଇଁ ସୁଯୋଗ ମିଳିବ I ପରିବାରରେ ଭାଇଭଉଣୀ ସହିତ ସମୟ ଖୁସିରେ କଟିବ I ବିଦେଶ ଭ୍ରମଣ ପାଇଁ ଅନୁକୂଳ ରହିବ I ଚାକିରୀ ଆଶାୟୀ ମାନେ ଉପକୃତ ହେବେ I

ସିଂହ : ଆଜି ଆପଣଙ୍କୁ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡିବ I ସ୍ୱାସ୍ଥ୍ୟ ପଛରେ ଟଙ୍କା ଖର୍ଚ୍ଚ ହେବାର ସମ୍ଭାବନା ଅଛି I ନକାରାତ୍ମକ ଚିନ୍ତାଧାରା ରୁ ଦୁରେଇ ରୁହନ୍ତୁ I ପରିବାର ସଦସ୍ୟଙ୍କ ସହିତ ମତଭେଦ ଦେଖାଦେଇ ପାରେ I ଅନୈତିକ କାର୍ଯ୍ୟରୁ ଦୁରେଇ ରୁହନ୍ତୁ I ଆଧ୍ୟାତ୍ମିକ ଦିଗ ପ୍ରତି ରୁଚି ବଢିବ I

କନ୍ୟା : ଦିନଟି ସୁଖମୟ ହେବ I ବୈବାହିକ ଜୀବନରେ ମଧୁରତା ରହିବ I ଜୀବନ ସାଥୀଙ୍କ ସହିତ ଘନିଷ୍ଠତା ବଢିବ I ଆପଣ କୌଣସି ନୂତନ ବ୍ୟକ୍ତିଙ୍କଠାରୁ ଉପହାର ଗ୍ରହଣ କରିବେ I ସାମାଜିକ ଏବଂ ସାର୍ବଜନୀନ କ୍ଷେତ୍ରରେ ତୁମର ପ୍ରତିଷ୍ଠା ବୃଦ୍ଧି ପାଇବ I ସହ କର୍ମୀଙ୍କ ସହିତ ସମ୍ପର୍କ ଭଲ ରହିବ I ବ୍ୟସନ ଭୂଷଣ ପ୍ରତି ରୁଚି ବଢିବ I

ତୁଳା : ଘରେ ଶାନ୍ତି ଏବଂ ଆନନ୍ଦର ପରିବେଶ ରହିବ I ଆଜି ଦିନରେ ସୁଖଦ ଘଟଣା ମାନ ଘଟିବ I କାର୍ଯ୍ୟରେ ସଫଳତା ମିଳିବ I ସ୍ୱାସ୍ଥ୍ୟ ଭଲ ରହିବ I ଆବଶ୍ୟକ ସ୍ଥଳେ ଅର୍ଥ ଖର୍ଚ ବଢିବ I ଚାକିରିରେ ସଫଳତା ସହିତ ଅଧସ୍ତନ କର୍ମଚାରୀଙ୍କ ସହଯୋଗ ପାଇବେ ଇ ଗୁରୁଜନମାନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିଛି ଇଦରମା ବୃଦ୍ଧି ହେବାର ସମ୍ଭାବନା ରହିଛି I

ବିଛା : ଅହଙ୍କାରୀ ହେବେ I ଆର୍ଥିକ ଦିଗଟି ଉଜ୍ଜ୍ୱଳ ରହିବ I ଅଯଥା ବ୍ୟୟ କରନ୍ତୁ ନାହିଁ । ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। କଥାବାର୍ତ୍ତରେ ସଂଯମତା ରଖନ୍ତୁ I ପାରିବାରିକ ଜୀବନ ଆନନ୍ଦ ଦାୟକ ହେବ I

ଧନୁ : ଆଜି ଆପଣ ଭ୍ରମଣରୁ ଦୂରେଇ ରହିବା ଉଚିତ I ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇ ପାରେ I ପିଲାମାନଙ୍କ ଶିକ୍ଷା ବିଷୟରେ ଚିନ୍ତା କରିବେ I କୌଣସି କାର୍ଯ୍ୟରେ ସଫଳତା ନ ପାଇ ମନ ବିଚଳିତ ହେବ I କ୍ରୋଧର ଉପରେ ନିୟନ୍ତ୍ରଣ ରଖନ୍ତୁ I ଆଜି ଆପଣ ସାହିତ୍ୟ ଏବଂ କଳା ପ୍ରତି ଆଗ୍ରହ ପ୍ରକାଶ କରିବେ I ସାଙ୍ଗମାନଙ୍କ ସହିତ ବୌଦ୍ଧିକ ଆଲୋଚନା ରେ ଅଂଶ ଗ୍ରହଣ କରିବେ I

ମକର : ଆଜି ଆପଣଙ୍କର ଶାରୀରିକ ସ୍ୱାସ୍ଥ୍ୟ ଏବଂ ମନୋବଳ ଭଲ ରହିବ ନାହିଁ I ପରିବାରରେ କଳହ ହେବାର ପରିବେଶ ସୃଷ୍ଟି ହେବ I ମନବୋଳ ଦୃଢ ରଖନ୍ତୁ I କଥାବାର୍ତ୍ତାରେ ସଂଯମତା ରଖନ୍ତୁ I ପିଲାମାନଙ୍କ ଶିକ୍ଷା ପ୍ରତି ଅଧିକ ଯତ୍ନବାନ ହେବେ I

କୁମ୍ଭ : ମାନସିକ ରୂପରେ ଶାନ୍ତ ରହିବେ I ଦୁଃଶ୍ଚିନ୍ତା ହଟିବ I ଭାଇ ଭଉଣୀ ଙ୍କ ସହିତ ସମ୍ପର୍କ ଦୃଢ ହେବ Iରଚନାତ୍ମକ କାମରେ ସୁନାମ ଅର୍ଜନ କରିବେ। କଠିନ ପରିଶ୍ରମ କରି ଭାଗ୍ୟ ବୃଦ୍ଧି କରିବେ I

ମୀନ : ଆନନ୍ଦ ଉତ୍ସାହ ରେ ଦିନ ବିତିବ I ନୂତନ କାର୍ଯ୍ୟରେ ସଫଳତା ପାଇବେ I ଧାର୍ମିକ ଶୁଭ ଉତ୍ସବ ରେ ଯୋଗ ଦେବେ I ମନରେ କୌଣସି ନିଷ୍ପତ୍ତି ନେବାବେଳେ ଦ୍ୱନ୍ଦ୍ୱ ସୃଷ୍ଟି ହେବ I ପରିବାର ସହିତ ସୁସ୍ୱାଦୁ ଖାଦ୍ୟ ଉପଭୋଗ କରିବେ ଇବଇବାହିକ ଜୀବନ ସୁଖମୟ ହେବ I

Comments are closed, but trackbacks and pingbacks are open.