T-20 ବିଶ୍ୱ କପ :ଭାରତ ର ବିପର୍ଯ୍ୟସ୍ତ ବ୍ୟାଟିଂ

28

ଦୁବାଇ ଠାରେ ଖେଳାଯାଉଥିବା T-20 ବିଶ୍ୱ କପ କ୍ରିକେଟରେ ଆଜି ପୁଣି ଲଗାତାର ଦ୍ୱିତୀୟ ମ୍ୟାଚରେ ଖରାପ ପ୍ରଦର୍ଶନ କରିଛି ଭାରତ । ବିପର୍ଯ୍ୟସ୍ତ ହେଇଛି ଭାରତୀୟ ବ୍ୟାଟ୍ସମ୍ୟାନ ମାନଙ୍କ ବ୍ୟାଟିଂ। ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିବା ନ୍ୟୁଜିଲାଣ୍ଡ, ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନମାନଙ୍କୁ ମାତ୍ର ୭ ଓ୍ବିକେଟ ରେ ୧୧୦ ରନରେ ଧରାଶାୟୀ କରିଛି । ଦ୍ଵିତୀୟ ପାଳିରେ ଏବେ ନୁା୍ୟଜିଲାଣ୍ଡ ସାମ୍ନାରେ ୧୧୧ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ । ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ ଜିତିବାକୁ ହେଲେ ଏବେ ଭାରତୀୟ ବୋଲରଙ୍କୁ ସାମ୍ନା କରିବାକୁ ହେବ ।

ଭାରତ ପକ୍ଷରୁ ଓପନର ଲୋକେଶ ରାହୁଲ ଏବଂ ଇଶାନ କିଷନ ଫେଲ ମାରିଥିଲେ । ରାହୁଲ ମାତ୍ର ୧୮ ରନ କରି ଆଉଟ ହୋଇଥିବା ବେଳେ କ୍ୟାରିୟର ପ୍ରଥମ ବିଶ୍ବକପ ଖେଳୁଥିବା ଇଶାନ କିଷନ ୪ ରନ କରି ଫେଲ ମାରିଛନ୍ତି । ସେହିଭଳି ରୋହିତ ଶର୍ମା ଖରାପ ସଟ୍‌ ଖେଳି ମାତ୍ର ୧୪ ରନ କରି ଆଉଟ ହୋଇଛନ୍ତି । ଅଧିନାୟକ ବିରାଟ କୋହଲି ମାତ୍ର ୯ ରନ କରି ଆଉଟ ହୋଇଥିବା ବେଳେ, ଋଷଭ ପନ୍ତ ୧୨ ରନ, ହାର୍ଦ୍ଧିକ ପାଣ୍ଡ୍ୟା ୨୩ ରନ, ଶାର୍ଦ୍ଦୁଲ ଠାକୁର ୦ରନ କରି ଆଉଟ ହୋଇଛନ୍ତି । ମହମ୍ମଦ ସାମୀ ୦ ଏବଂ ରବୀନ୍ଦ୍ର ଜାଡେଜା ୨୬ ରନ କରି ଅପରାଜିତ ଅଛନ୍ତି ।

ନ୍ୟୁଜିଲାଣ୍ଡର ବୋଲର ମାନଙ୍କ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୪ ଓଭରରେ ୨୦ ରନଦେଇ ୩ ଓ୍ବିକେଟ ନେଇଥିବା ବେଳେ, ଟିମ ସାଉଦି ୪ ଓଭରରେ ୨୬ ରନ ୧ ଓ୍ବିକେଟ, ମିଚେଲ ସାଣ୍ଟନର ୪ ଓଭରରେ ୧୫ରନ, ଆଡାମ ମିଲନେ ୪ ଓଭରରେ ୩୦ ରନ ୧ ଓ୍ବିକେଟ ଏବଂ ଇଶ୍‌ ସୋଧୀ ୪ ଓଭରରେ ୧୭ରନ ଦେଇ ୨ ଓ୍ବିକେଟ ନେଇଛନ୍ତି । ଭାରତୀୟ ବ୍ୟାଟ୍ସମ୍ୟାନ ଙ୍କ ବ୍ୟାଟିଂ ଆଜି ପୁଣି ଦର୍ଶକଙ୍କୁ ନିରାଶ କରିଥିବାବେଳେ ବୋଲର ମାନଙ୍କ କମାଲ ଦେଖିବାକୁ ବାକି ରହିଲା I

Leave A Reply

Your email address will not be published.