T-20 ବିଶ୍ୱ କପ : ନିଉଜିଲାଣ୍ଡ ଠାରୁ ଭାରତ ର ଶୋଚନୀୟ ପରାଜୟ

22

ଦୁବାଇ ଠାରେ ଖେଳାଯାଉଥିବା T-20 ବିଶ୍ୱକପ କ୍ରିକେଟ ରେ ଦ୍ୱିତୀୟ ବାର ଭାରତ ର ଲଜ୍ଜ୍ୟାଜନକ ପରାଜୟ ହେଇଛି । ନ୍ୟୁଜିଲାଣ୍ଡ ଏହି ମ୍ୟାଚରେ ଭାରତକୁ ୮ ୱିକେଟରେ ଶୋଚନୀୟ ପରାସ୍ତ କରିଛି । ଏହି ବିଜୟ ସହ ନ୍ୟୁଜିଲାଣ୍ଡ ଟି-୨୦ ବିଶ୍ୱକପରେ ତାର ବିଜୟ ଅଭିଯାନ ଆରମ୍ଭ କରିଛି ।
ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ଫଳରେ ବ୍ୟାଟିଂ ପାଇଁ ଆସିଥିଲା ଭାରତ । ହେଲେ ଭାରତର କୌଣସି ବ୍ୟାଟ୍ସମ୍ୟାନ ସଫଳ ବ୍ୟାଟିଂ କରିପାରିନଥିଲେ । ରୋହିତ, ରାହୁଲ, କୋହଲିଙ୍କ ଭଳି ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲେ । ବହୁକଷ୍ଟରେ ଭାରତ ୨୦ ଓଭରରେ ୭ ୱିକେଟ ହରାଇ ମାତ୍ର ୧୧୦ ରନ କରିଥିଲା ।
ସେହିପରି ୧୧୧ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ନ୍ୟୁଜିଲାଣ୍ଡ ଦଳ । ଆରମ୍ଭରୁ ଦଳ ଭଲ ପ୍ରଦର୍ଶନ କରିଥିଲା । ଦଳ ପକ୍ଷରୁ ଡାରିଲ ମିଚେଲ ବିସ୍ଫୋରକ ୪୯ ରନ କରିଥିଲେ । ଫଳରେ ଦଳ ମାତ୍ର ୧୪ ଓଭରରେ ୨ ୱିକେଟ ହରାଇ ଏହି ବିଜୟ ଲକ୍ଷ୍ୟ ହାସଲ କରିଥିଲା
ବ୍ୟାଟିଂ , ବୋଲିଂ ସବୁଥିରେ ବିଫଳ ହେଇଥିଲେ ବିରାଟ ବାହିନୀ। ପରାଜୟ ସହ ସେମି ଫାଇନାଲ୍‌ ଦୌଡରୁ ପ୍ରାୟତଃ ବାଦ୍ ପଡିଛି କହିଲେ ଚଳେ ଭାରତ। ଅନ୍ୟପଟେ ବି’ ଗ୍ରୁପରେ ନିଜର ସ୍ଥିତି ମଜବୁତ କରିଛି ନ୍ୟୁଜିଲାଣ୍ଡ।

Leave A Reply

Your email address will not be published.