ଟି -୨୦ବିଶ୍ୱକପ : ଆଇପିଏଲରେ -୧୧ଖେଳିବାକୁ ସ୍ଥାନ ପାଇଁ ନ ଥିବା ଡେଭିଡ ୱାର୍ଣ୍ଣର ବିଶ୍ୱକପ ରେ ହେଲେ ହିରୋ :ବ୍ୟାଟ୍ ରୁ ହେଲା ରନ ବର୍ଷା

19

ଅଷ୍ଟ୍ରେଲିଆ ଟି -20 ବିଶ୍ୱକପ ଜିତି ଇତିହାସ ସୃଷ୍ଟି କରିଛି। ଏହି ଫର୍ମାଟରେ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ କପ୍ ଜିତିଛି ଏବଂ ଫାଇନାଲରେ ଡେଭିଡ ୱାର୍ନର ତାଙ୍କ ଦଳ ପାଇଁ ଆଣିଛନ୍ତି ବିଶ୍ୱକପ I ଏହି ଫର୍ମାଟରେ ପ୍ରଥମ ଥର ପାଇଁ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଛି |
ଗତକାଲି ଦୁବାଇ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ ରେ ଖେଳାଯାଇଥା ଟି -20 ବିଶ୍ୱକପ ରେ ପୁଣି ଥରେ ଅଷ୍ଟ୍ରେଲିଆର ଓପନର୍ ମହାନ ବ୍ୟାଟ୍ସମ୍ୟାନ ଡେଭିଡ୍ ୱାର୍ଣ୍ଣର ଦାୟିତ୍ୱ ଗ୍ରହଣ କରି ତାଙ୍କ ଦଳକୁ ଏକ ଭଲ ଆରମ୍ଭ କରିଥିଲେ | ଆଇପିଏଲ୍ 2021 ରେ, ଡେଭିଡ ୱାର୍ଣ୍ଣରଙ୍କ ଉପରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା, କିନ୍ତୁ ଯେତେବେଳେ ତାଙ୍କ ଦେଶ ପାଇଁ ଲଢେଇ କରିବାର ସମୟ ଆସିଲା, ୱାର୍ଣ୍ଣର ସମସ୍ତଙ୍କୁ ଛାଡି ଆଗକୁ ମାଡି ଚାଲିଥିଲେ | ଟି -20 ବିଶ୍ୱକପ ରେ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଡେଭିଡ ୱାର୍ନରଙ୍କୁ ପ୍ଲେୟାର ଅଫ୍ ଦି ଟୁର୍ନାମେଣ୍ଟ ମଧ୍ୟ ମଧ୍ୟ ଚୟନ କରାଯାଇଛି I
ଆଇପିଏଲ ରେ ବିଫଳ ହୋଇଥିବା ଡେଭିଡ ୱାର୍ଣ୍ଣର ଙ୍କ ଜବରଦସ୍ତ ପ୍ରତ୍ୟାବର୍ତ୍ତନ ଜରିଆରେ ତାଙ୍କ ଦେଶ ଟି -20 ବିଶ୍ୱକପ ନିଜ ଅକ୍ତିଆର କୁ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି ।
ଟି -20 ବିଶ୍ୱକପ୍‌ରେ ସର୍ବାଧିକ ରନ୍ ସ୍କୋରର ତାଲିକାରେ ଡେଭିଡ ୱାର୍ଣ୍ଣର ଦ୍ୱିତୀୟ ସ୍ଥାନରେ ରହିଛନ୍ତି, ତାଙ୍କଠାରୁ ପାକିସ୍ତାନ ଅଧିନାୟକ ବାବର ଆଜାମ ଅଧିକ ରନ କରିଛନ୍ତି

Leave A Reply

Your email address will not be published.