T20 ମ୍ୟାଚ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ଦେଲା ଓସିଏ

97

କଟକ: ବାରବାଟୀ ଟିଟ୍ବେଣ୍ଟି ପାଇଁ ଅନଲାଇନ୍ ମାଧ୍ୟମରେ ଟିକେଟ କିଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। OCA ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟି ଟିକେଟ ପ୍ରଦାନ କରିଛନ୍ତି। କଟକ ବାରବାଟି ଷ୍ଟାଡିୟମରେ ଆସନ୍ତା ଡିସେମ୍ବର ୯ ତାରିଖରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ପ୍ରଥମ ଟି ଟ୍ୱେଣ୍ଟି ମ୍ୟାଚ୍ ଅନୁଷ୍ଠିତ ହେବ। ତେବେ ଏହି ମ୍ୟାଚ୍ ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜିଠାରୁ ଅନଲାଇନରେ ଟି ଟ୍ବେଣ୍ଟି ମ୍ୟାଚ ପାଇଁ ଟିକେଟ୍ ବିକ୍ରି ଆରମ୍ଭ ହେବ। ଗତବର୍ଷ ଭଳି ଚଳିତଥର ମ୍ୟାଚ୍ ସମୟରେ ଲାଇଟ୍ ର ସମସ୍ୟା ଦେଖାଯିବ ନାହିଁ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି।

ସୂଚାନଥାଉ କି, ଡିସେମ୍ବର ୧ରୁ ଟିକେଟ ବିକ୍ରି ଆରମ୍ଭ ହେବ । ମୋଟ ୨୩୦୦୦ ଟିକେଟ ବିକ୍ରି କରାଯିବ । ଅନଲାଇନରେ ଜୋମାଟୋ ମାଧ୍ୟମରେ ୨୦୦୦ ଟିକେଟ ବିକ୍ରି ହେବ । ଗ୍ୟାଲେରୀ ୧ ଓ ୩ର ଟିକେଟ ମୂଲ୍ୟ ୧୧୦୦, ୨ ଓ ୪ର ମୂଲ୍ୟ ୯୦୦, ୫ ଓ ୭ର ମୂଲ୍ୟ ଯଥାକ୍ରମେ ୧୨୦୦ ଓ ୭୦୦ ଟଙ୍କା ରଖାଯାଇଛି । ସ୍ପେଶିଆଲ ଏନକ୍ଲୋଜର ପାଇଁ ୬୦୦୦, ଏସି ବକ୍ସ ୮୦୦୦, ନିଉ ପ୍ୟାଭିଲିୟନ ୧୦୦୦୦ ଓ କର୍ପୋରେଟ ବକ୍ସର ମୂଲ୍ୟ ୨୦୦୦୦ ରଖାଯାଇଛି । ଅନଲାଇନ ଟିକେଟ ବିକ୍ରି ଡିସେମ୍ବର ୮ ସକାଳ ୯ଟାରୁ ସନ୍ଧ୍ୟା ୬ଟା ଏବଂ ତା ପରଦିନ ସକାଳ ୯ରୁ ଅପରାହ୍ନ୧ଟା ପର୍ଯ୍ୟନ୍ତ କ୍ୟାମ୍ବ୍ରିଜ ସ୍କୁଲଠାରେ ରିଡିମ କରାଯାଇ ପାରିବ । ଅପରପକ୍ଷରେ ସାଧାରଣ ଲୋକଙ୍କ ପାଇଁ ବାରବାଟୀ କାଉଁଟରରେ ଡିସେମ୍ବର ୫ ସକାଳ ୯ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଫଲାଇନ ଟିକେଟ ବିକ୍ରି ହେବ। ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକେଟ କିଣିପାରିବେ ବୋଲି ଜଣାପଡିଛି ।

Comments are closed, but trackbacks and pingbacks are open.