T-20 ବିଶ୍ୱକପ୍ ଫାଇନାଲ୍ : ଅଷ୍ଟ୍ରେଲିଆ v/s ନ୍ୟୁଜିଲ୍ୟାଣ୍ଡ

15

ଆଜି ଦୁବାଇ ଠାରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ୍ ଫାଇନାଲ୍ ମୁକାବିଲାରେ କଙ୍ଗାରୁ ଓ କିୱି ମୁହାଁ ମୁହିଁ ହେଉଛନ୍ତି I ପ୍ରଥମେ ଟସ୍ ଜିତିଛନ୍ତି ଅଷ୍ଟ୍ରେଲିଆ କ୍ୟାପଟେନ୍ ଆରୋନ୍ ଫିଞ୍ଚ। ଏହାପରେ ପ୍ରଥମେ ଅଷ୍ଟ୍ରେଲିଆ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ନ୍ୟୁଜିଲ୍ୟାଣ୍ଡ କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି I ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ୍ ରେ ଫାଇନାଲ ଖେଳିବାକୁ ଯାଉଛି ନ୍ୟୁଜିଲାଣ୍ଡ ଦଳ । ତେଣୁ ଭଲ ପ୍ରଦର୍ଶନ କରି ଟାଇଟଲ ହାତେଇବାକୁ ଚେଷ୍ଟା କରିବ କିୱି ଦଳ । ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ତା’ର ଚୂଡ଼ାନ୍ତ ଏକାଦଶରେ ମାତ୍ର ଗୋଟିଏ ପରିବର୍ତ୍ତନ କରିଛି। ଇନଫର୍ମ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଡେଭନ୍ କନୱେ ଆହତ କାରଣରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଟିମ୍ ସିଫର୍ଟଙ୍କୁ ସାମିଲ୍ କରାଯାଇଛି।
ଏହା ପୂର୍ବରୁ ଦୁଇ ଦଳ ୨୦୧୫ ଦିନିକିଆ ବିଶ୍ଵ କପ ଫାଇନାଲରେ ମୁହାଁମୁହିଁ ହୋଇଥିଲେ। ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡକୁ ହରାଇ ଟାଇଟଲ୍ ଜିତିଥିଲା। ଏହା ପରେ ଅଷ୍ଟ୍ରେଲିଆ ଦଳ କୌଣସି ଟାଇଟଲ୍ ଜିତି ପାରିନାହିଁ। ନ୍ୟୁଜିଲାଣ୍ଡ କ୍ରମାଗତ ୨୦୧୯ରେ ଦ୍ଵିତୀୟ ଥର ଦିନିକିଆ ବିଶ୍ଵ କପ୍ ଫାଇନାଲରେ ପ୍ରବେଶ କରିଥିଲା। ହେଲେ ଦଳ ନହାରି ମଧ୍ୟ ବାଉଣ୍ଡରୀ ଗଣତି ଆଧାରରେ ଇଂଲଣ୍ଡକୁ ଚାମ୍ପିଅନ ଘୋଷଣା କରାଯାଇଥିଲା। ଏବେ କିଓ୍ଵି ଦଳ ଟି-୨୦ ବିଶ୍ଵ କପ୍ ୨୦୨୧ର ସେମି ଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ବିଶ୍ଵ କପ୍ ଫାଇନାଲର ପ୍ରତିଶୋଧ ନେଇ ସାରିଛି। ଏବେ ପାଳି ଅଷ୍ଟ୍ରେଲିଆ ସହ ହିସାବ ବରାବର କରିବା। ନ୍ୟୁଜିଲାଣ୍ଡ ଦଳ ପ୍ରଥମ ଥର ଟି-୨୦ ବିଶ୍ଵ କପ୍ ଫାଇନାଲରେ ପହଞ୍ଚିଛି। ଅନ୍ୟପଟେ ଅଷ୍ଟ୍ରେଲିଆ ୫ ଥର ଦିନିକିଆ ବିଶ୍ଵ କପ୍ ଜିତିଥିଲେ ମଧ୍ୟ ଟି-୨୦ ବିଶ୍ଵ କପ୍ ଜିତି ପାରିନାହିଁ। ଦୁଇ ଦଳ ଆଜି ଟାଇଟଲ୍ ଜିତିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ।ତେଣୁ ଆଜି ଫାଇନାଲ ମ୍ୟାଚ ରେ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ ।

Leave A Reply

Your email address will not be published.