ହାଡ଼ଜନିତ ରୋଗର ଲକ୍ଷଣ ଓ ପ୍ରତିକାର

45

ଆଣ୍ଠୁଗଣ୍ଠି ସମସ୍ୟା ବା ହାଡ଼ରେ ଯନ୍ତ୍ରଣା ହେବା ପ୍ରାୟତଃ ବୟସ୍କ ଲୋକଙ୍କ ଭିତରେ ଦେଖାଯାଏ । କିନ୍ତୁ ଆଜିକାଲି ସବୁ ବୟସ ବର୍ଗଙ୍କ ଭିତରେ ଏହି ସମସ୍ୟା ଦେଖାଦେଉଛି । ପିଲାଠୁ ବୁଢ଼ା ଲୋକଙ୍କ ପର୍ଯ୍ୟନ୍ତ କିଛି ନା କିଛି ହାଡ଼ ଜନିତ ସମସ୍ୟା ଦେଖାଦେଉଛି । ହାଡ଼ଜନିତ ବିଭିନ୍ନ ପ୍ରକାରର ରୋଗ ରହିଛି ସେଥି ମଧ୍ୟରୁ ଓଷ୍ଟୋପୋରୋସିସ୍ ଅନ୍ୟତମ । ତେବେ ଆସନ୍ତୁ ଏହି ରୋଗ ବିଷୟରେ ଅଧିକ କିଛି ଜାଣିବା । କାହିଁକି ଓ କେଉଁ ଲକ୍ଷଣ ପାଇଁ ହୋଇଥାଏ ଓଷ୍ଟୋପୋରୋସିସ୍ । ହାଡ଼ ପାଇଁ ଭିଟାମିନ୍ ଡି, କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ସହିତ କେତେକ ଭିଟାମିନ୍ ଏବଂ ମିନେରାଲ୍ସ ଜରୁରୀ ହୋଇଥାଏ । ଯଦି ଶରୀରରେ ଏହାର ଅଭାବ ପରିଲକ୍ଷିତ ହୋଇଥାଏ ତେବେ ଶରୀରରେ କଷ୍ଟ, ମାଂସପେଶୀ ଏବଂ ହାଡ଼ରେ ଯନ୍ତ୍ରଣା ହୋଇଥାଏ । ଯଦି ଏହି ପୋଷକ ତତ୍ତ୍ୱ ଗୁଡ଼ିକର କ୍ରମାଗତ ଭାବେ ଅଭାବ ଦେଖାଯାଏ ତେବେ ହାଡ଼ ଭାଙ୍ଗିଯିବାର ସମ୍ଭାବନା ଅଦିକ ଥାଏ ।

ଦାନ୍ତର ମାଢ଼ି ଦୁର୍ବଳ ହେବା:

ହାଡ଼ ଦୁର୍ବଳ ହେଲେ ଦାନ୍ତର ମାଢ଼ିକୁ ବହୁ ଅସୁବିଧାର ସମ୍ମୁଖିନ କରିବାକୁ ପଡ଼ିଥାଏ । ମାଢ଼ିରେ ଥିବା ହାଡ଼ ଦାନ୍ତକୁ ଜାବୁଡ଼ି ଧରିଥାଏ ଏବଂ ବୟସ ପରେ ଏହା ଅନ୍ୟ ହାଡ଼ ପରି ଦୁର୍ବଳ ହେବା ଆରମ୍ଭ କରିଦିଏ । ବେଳେ ବେଳେ ଦାନ୍ତ ମଧ୍ୟ ଉପୁଡ଼ି ପଡ଼େ ଏବଂ ମାଢ଼ିର ହାଡ଼ ଦୁର୍ବଳ ହେବା ଦ୍ୱାରା ଦାନ୍ତ ମଧ୍ୟ ନଷ୍ଟ ହୋଇଯାଏ ।

ନଖ ଦୁର୍ବଳ ହେବା ଏବଂ ଫାଟିଯିବା:

ଯଦି ଆପଣଙ୍କ ନଖ ବାରମ୍ବାର ଭାଙ୍ଗିଯାଏ ତେବେ ଆପଣଙ୍କ ଶରୀରରେ କ୍ୟାଲସିୟମ ଏବଂ କୋଲାଜେନର ଅଭାବ ଥିବାର ଏହା ଏକ ପ୍ରମାଣ ଅଟେ । ମଜଭୁତ ହାଡ଼ ପାଇର୍ ଏହି ଦୁଇ ପୋଷକ ତତ୍ତ୍ୱ ଅତ୍ୟନ୍ତ ଆବଶ୍ୟକ ବୋଲି କୁହାଯାଏ । ଯାହା ଏହି ରୋଗର ଏକ ସଙ୍କେତ ଦେଇଥାଏ ।

ଶରୀର ଆଗକୁ ନଇଁ ଯାଏଁ:

ଶରୀରରେ ହାଡ଼ ଦୁର୍ବଳ ହେବା କାରଣରୁ ଶରୀର ଆଗକୁ ଧିରେ ଧିରେ ନଇଁ ଯାଏଁ । ତେବେ ଏହା ପ୍ରାରମ୍ଭିକ ଲକ୍ଷଣ ହୋଇପାରେ । ଯଦି ଭାରୀ ଜିନିଷ ନଉଠେଇ ମଧ୍ୟ ମେରୁଦଣ୍ଡ ଅଗକୁ ନଇଁ ଯାଏଁ  କିମ୍ବା ଠିକ୍ ସେ ନବସିଲେ ମେରୁଦଣ୍ଡ ପାଖାପାଖି ଥିବା ମାଂସପେଶୀ ଦୁର୍ବଳ ଲାଗେ, ତେବେ ହୋଇପାରେ କି ଆପଣଙ୍କ ହାଡ଼ ଦୁର୍ବଳ ହେବା ଆରମ୍ଭ କରିଦେଲାଣି ।

ହାର୍ଟବିଟ୍ ବଢ଼ିଯିବା:

ହାର୍ଟବିଟ୍ ଗୋଟିଏ ମିନିଟ୍‌ରେ ୬୦ରୁ ୧୦୦ ଥର ଧଡ଼କୁ ଥାଏ । କିନ୍ତୁ ବିଶେଷଜ୍ଞଙ୍କ କହିବା ଅନୁସାରେ ଗୋଟିଏ ମିନିଟ୍ ପ୍ରତି ୮୦ଥର ଧଡ଼କିଲେ ତାହା ଆପଣଙ୍କ ଅଣ୍ଟାର ହାଡ଼, ମେରୁଦଣ୍ଡର ହାଡ଼ ଭାଙ୍ଗିବାର ଆଶଙ୍କା ବଢ଼ିଯାଏ ।

Comments are closed, but trackbacks and pingbacks are open.