ଓଡ଼ିଶାରୁ ଅଯୋଧ୍ୟା ଯିବ ‘ସ୍ୱର୍ଣ୍ଣ ଧନୁ’

147

ପୁରୀ: ‘ସ୍ୱର୍ଣ୍ଣ ଧନୁ’ ଯିବ ଅଯୋଧ୍ୟା । ପୁରୀରେ ପହଞ୍ଚିବା ପରେ ଭବ୍ୟ ସ୍ବାଗତ କରାଯାଇଥିଲା। ଏହି ଧନୁ ରାଉରକେଲାରୁ ଆସି ରାଜ୍ୟର ବିଭିନ୍ନ ଜିଲ୍ଲା ଅତିକ୍ରମ କରି ପୁରୀରେ ପହଞ୍ଚିଛି। ବଡ଼ଦାଣ୍ଡାରେ ଶ୍ରୀରାମଙ୍କ ‘ସ୍ୱର୍ଣ୍ଣ ଧନୁ’କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଉତ୍ତରପାର୍ଶ୍ବ ମଠରେ ପହଞ୍ଚିବା ପରେ ଏହି ଧନୁକୁ ଭକ୍ତମାନେ ମଠ ପରିସରରେ ଦର୍ଶନ କରିବାକୁ ସୁଯୋଗ ପାଇଥିଲେ। ଆଧ୍ୟାତ୍ମିକ ପରିବେଶ ମଧ୍ୟ ଭକ୍ତଙ୍କ ଗହଣାରେ ଧନୁ ଶ୍ରୀମନ୍ଦିର ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ଅଯୋଧ୍ୟା ଅଭିମୁଖେ ମେଲାଣି ଦିଆଯିବ। ଆସନ୍ତା ୨୨ ତାରିଖରେ ଏହାକୁ ଅଯେଧ୍ୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଚରଣରେ ଅର୍ପଣ କରାଯିବ। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ସ୍ପର୍ଶ କରାଇ ଅଯୋଧ୍ୟା ରାମ ମନ୍ଦିର ସଂଗ୍ରହାଳୟରେ ଏହା ସ୍ଥାନିତ କରାଯିବ। ରାଉଲକେଲା ସନାତନ ଜାଗରଣ ମଞ୍ଚ ପକ୍ଷରୁ ଏହି ସୁନାର ଧନୁକୁ ନିର୍ମାଣ କରାଯାଇଛି । ଏହି ସ୍ବର୍ଣ୍ଣର ଧନୁ ୩୦ଟି ଜିଲ୍ଲା ଭ୍ରମଣ କରିଥିବା ବେଳେ ରବିବାର ରାତିରେ ପୁରୀରେ ଆସି ପହଞ୍ଚିଥିଲା। ୧ କେଜି ସୁନା, ଅଢ଼େଇ କେଜି ରୁପା ସହ ତମ୍ବା, ଜିଙ୍କ ଓ ଲୁହା ମିଶ୍ରଣରେ ୨୮୬ କେଜି ବିଶିଷ୍ଟ ଧନୁ ପ୍ରସ୍ତୁତ କରାଯାଇଛି। ୩୦ ଜିଲ୍ଲା ଭ୍ରମଣ ପରେ ଅଯୋଧ୍ୟା ଅଭିମୁଖେ ବାହାରିବ ସ୍ୱର୍ଣ୍ଣ ଧନୁ ।

Comments are closed, but trackbacks and pingbacks are open.