‘ସୋଆ’ରେ ଜାତୀୟ ଯୁବ ଦିବସ ପାଳନ ଅବସରରେ ସ୍ୱାମୀ ବିବେକାନନ୍ଦଙ୍କ ଅବଦାନ ଉପରେ ଗୁରୁତ୍ୱ

17

ଜାତୀୟ ଯୁବ ଦିବସ ଉପଲକ୍ଷେ ଗତ ବୁଧବାର ଦିନ ସୋଆ ବିଶ୍ୱବିଦ୍ୟାଳୟରେ ସ୍ୱାମୀ ବିବେକାନନ୍ଦଙ୍କ ଭାରତୀୟ ଜ୍ଞାନ ପରମ୍ପରା ପ୍ରତି ଅବଦାନ ଉପରେ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି ।

ଗୁଗୁଲ୍ ମିଟ୍ ପ୍ଲାଟ୍‌ଫର୍ମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖଣ୍ଡଗିରିରେ ଥିବା  ଶିବାନନ୍ଦ ଶତବାର୍ଷିକୀ ବାଳକ ବିଦ୍ୟାଳୟର  ସଂପାଦକ ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ ଓ ସୋଆ କୁଳପତି ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ।

ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ ସ୍ୱାମୀ ବିବେକାନନ୍ଦଙ୍କ ର ଭାରତୀୟ ମାନଙ୍କ ପ୍ରତି “ଜାଗ, ନିଦ୍ରା ତେଜି ଲକ୍ଷ୍ୟ ହାସଲ ନହେବା ପର୍ଯ୍ୟନ୍ତ ବିଶ୍ରାମ ନିଅ ନାହିଁ ’’ ଆହ୍ୱାନ ଉପରେ ବକ୍ତବ୍ୟ ରଖିଥିଲେ । ଏହି ଆହ୍ୱାନ ଭାରତୀୟ ମାନଙ୍କୁ ଜାଗୃତ କରିଥିଲା ବୋଲି ସେ କହିଥିଲେ ।

ପ୍ରଫେସର(ଡଃ) ମହାପାତ୍ର ଛାତ୍ରଛାତ୍ରୀ ମାନଙ୍କୁ ସବୁ ସମୟରେ ଏକ ସକାରାତ୍ମକ ମନୋଭାବ ବହନ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ । ପ୍ରତିଦିନ ସମସ୍ତେ ସକାରାତ୍ମକ ଚିନ୍ତାରେ ୫ ମିନିଟ୍ ସମୟ ଉପଯୋଗ କଲେ ଉତମ ଫଳ ମିଳିପାରିବ ବୋଲି ସେ କହିଥିଲେ । ସେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ ।

ସୋଆର ଡିନ (ଛାତ୍ର ମଙ୍ଗଳ) ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ୟୁନିଭର୍ସିଟି ଆଉଟରିଚ ପ୍ରୋଗ୍ରାମ ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଏହି କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ । ଏନଏସଏସ ପ୍ରୋଗ୍ରାମ ଅଫିସର ପ୍ରଫେସର ସରୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

କାର୍ଯ୍ୟକ୍ରମରେ ବିଭିନ୍ନ ଇନଷ୍ଟିଚ୍ୟୁଟ୍ ର ଡିନ୍ , ଏନ୍‌ଏସଏସ ସ୍ୱେଚ୍ଛାସେବୀ ଓ ପ୍ରୋଗ୍ରାମ ଅଫିସର, ଶିକ୍ଷକ, ଛାତ୍ରଛାତ୍ରୀ ଓ ଅତିଥି ଯୋଗ ଦେଇଥିଲେ ।

Leave A Reply

Your email address will not be published.