ରାଜଧାନୀ ରେ ଘରୋଇ ହସ୍ପିଟାଲ ଡାକ୍ତର ଙ୍କ ସନ୍ଦେହ ଜନକ ମୃତ୍ୟୁ

32

ରାଜଧାନୀ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ ର ଶିଶୁରୋଗ ବିଶେଷଜ୍ଞ ଡା. ସୁଶିଲ ସାହୁ ଙ୍କ ସନ୍ଦେହ ଜନକ ମୃତ୍ୟୁ I ଡାକ୍ତର ଙ୍କ ମୃତ୍ୟୁ କୁ ନେଇ ବିଭିନ୍ନ ମନ୍ତବ୍ୟ ପକାଶ ପାଉଥିଲେ ମଧ୍ୟ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ଅଛି ସେ ନେଇ ତଦନ୍ତ ଜାରି ରହିଛି।
ସୂଚନାନୁସାରେ ଡା.ସୁଶିଲ ସାହୁ ଖଣ୍ଡଗିରି ଅଂଚଳ ରେ ଏକ ଘରୋଇ ହସ୍ପିଟାଲରେ ଶିଶୁ ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟରତ ଥିଲେ। ଗତକାଲି ସେ ଡ୍ୟୁଟିରେ ଥିବା ବେଳେ ତାଙ୍କ ଅଣ୍ଟା ବିନ୍ଧୁଥିବା କହି ଜଣେ ନର୍ସଙ୍କ ସହାୟତାରେ ଆଇଭି ଲାଇନ୍ ଜରିଆରେ ଟ୍ରମାଡୋଲ୍ ଲଗାଇ କିଛି ସମୟ ପାଇଁ ରେଷ୍ଟ ରୁମ୍‌କୁ ଯାଇଥିଲେ। । ହେଲେ ସେ ଚାମ୍ବରକୁ ନ ଫେରିବାରୁ ହସ୍ପିଟାଲ କର୍ମଚାରୀ ରେଷ୍ଟ ରୁମ୍‌କୁ ଯାଇ ଡାକ୍ତରଜଣକ ବେଡ୍‌ରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଡାକିବା ସତ୍ତ୍ୱେ ସେ ନ ଉଠିବାରୁ ଏନେଇ କର୍ମଚାରୀଜଣକ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଏହାପରେ ହସ୍ପିଟାଲ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନିଜ ଚିକିତ୍ସା ନିଜେ କରିବା ବାହାନାରେ ସେ ଆତ୍ମହତ୍ୟା କରିଥିବା ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି । ମୃତ ଡାକ୍ତର ଶିଶିର ସାହୁଙ୍କ ବାପା-ମା ମଧ୍ୟ ଡାକ୍ତର ।ମାତ୍ର ୧୫ ଦିନ ତଳେ ତାଙ୍କର ବିବାହ ହୋଇଥିଲା ।

Comments are closed, but trackbacks and pingbacks are open.