ବାୟୋପିକ୍‌ରେ ସୁସ୍ମିତା

33

ଲଳିତ ମୋଦିଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ବ୍ରହ୍ମାଣ୍ଡ ସୁନ୍ଦରୀ ତଥା ଅଭିନେତ୍ରୀ ସୁସ୍ମିତା ସେନ୍ । ତେବେ ଏବେ ସେ ତାଙ୍କ ନୂଆ ସିନେମା ପାଇଁ ସଭିଁଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି । ଅର୍ଥାତ୍ ଖୁବ୍‌ଶୀଘ୍ର ସେ ଏକ ବାୟୋପିକ୍‌ରେ ନଜର ଆସିବେ । ତାଙ୍କ ଅଭିନୀତ ‘ଆର୍ଯ୍ୟା’ର ଦୁଇଟି ସିଜନ୍ ଓଟିଟିରେ ସୁପର୍‌ହିଟ୍ ସାବ୍ୟସ୍ତ ହୋଇଛି । ଏହା ସହ ଏଥିରେ ତାଙ୍କୁ ଦର୍ଶକୀୟ ଆଦୃତି ମଧ୍ୟ ମିଳିଛି । ତେବେ ତାଙ୍କର ଏହି ସଫଳତାକୁ ଦେଖି ତାଙ୍କୁ ଏବେ ଏକ ବାୟୋପିକ୍‌ର ଅଫର୍ ମିଳିଛି । ସେହିପରି ଏହି ଫିଲ୍ମରେ ତାଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ମିଳିବ । ଅବଶ୍ୟ ଏନେଇ ସୁସ୍ମିତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Comments are closed, but trackbacks and pingbacks are open.