ନିତୀଶଙ୍କୁ ଧୋଇଦେଲେ ସୁଶୀଲ !

20

ସୁଶୀଲଙ୍କର ବିସ୍ଫରକ ବୟାନ । ଲାଲୁଙ୍କ ଘରେ ଚଢଉ ପାଇଁ ନିତୀଶ ଆନନ୍ଦିତ। ନିତୀଶଙ୍କୁ ସିଧାସଳଖ ଟାର୍ଗେଟ କଲେ ସୁଶୀଲ । ଆକ୍ସନ ମୋଡରେ ଇଡି । ଆରମ୍ଭ ହୋଇଛି ଆରୋପ ପ୍ରତ୍ୟରୋପ ରାଜନିତୀ । ଲାଲୁ ପ୍ରସାଦ ଯାଦବଙ୍କ ଘରେ ହେଉଥିବା ଚଢ଼ଉ ପାଇଁ ନୀତୀଶ ଆନନ୍ଦିତ ଓ ତାଙ୍କର ଇଚ୍ଛା ତେଜସ୍ୱୀ ଯାଦବ ଜେଲ୍ ଯାଆନ୍ତୁ । ଏ କଥା ‘ବିଜେପି’ ନେତା ସୁଶୀଳ ମୋଦୀ କହିଛନ୍ତି ।

‘ଜମି ବଦଳରେ ଚାକିରି’ ଦୁର୍ନୀତି ମାମଲାରେ ତଦନ୍ତ ‘ଇଡି’ ଓ ‘ସିବିଆଇ’ ଲାଲୁ ଯାଦବଙ୍କ ପରିବାରର ସଦସ୍ୟମାନଙ୍କ ସମ୍ପୃକ୍ତି ସଂକ୍ରାନ୍ତରେ ତଦନ୍ତ କରୁଛନ୍ତି । ଏହି ମାମଲାରେ ତେଜସ୍ୱୀ ଯାଦବଙ୍କ ଦିଲ୍ଲୀ ବାସଭବନ ଏବଂ ଲାଲୁଙ୍କ ଅନ୍ୟାନ୍ୟ ସହଯୋଗୀମାନଙ୍କ ବାସଭବନର ଇଡି ଚଢ଼ଉ କରିବା ପରେ ସୁଶୀଲ ମୋଦୀ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି । ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ପାଇଁ ‘ଆର୍ଜେଡି’ ନୀତୀଶ କୁମାରଙ୍କୁ ବାଧ୍ୟ କରୁଥିବା କଥା ଦାବି କରି ସୁଶୀଲ୍ ମୋଦୀ କହିଛନ୍ତି ଯେ, ଏଥର ସେ ଅଭିଳାଷର ଅବସାନ ଘଟିବ ।

ତେବେ ଚଢ଼ଉ ବେଳେ ଇଡି ଲାଲୁ ପ୍ରସାଦ ଯାଦବଙ୍କ ଝିଅମାନଙ୍କ ଘରୁ ଓ ପୁଅ ତେଜସ୍ୱୀ ଯାଦବଙ୍କ ଘରୁ ନଗଦ ୭୦ ଲକ୍ଷ ଟଙ୍କା, ୧.୫ କିଲୋ ସୁନା ଅଳଙ୍କାର, ୫୪୦ ଗ୍ରାମ୍ ଖାଣ୍ଟିସୁନା ବିସ୍କିଟ୍ ଏବଂ ୯୦୦ ଆମେରିକୀୟ ଡର୍ଲା ସମେତ କିଛି ବିଦେଶୀ ମୁଦ୍ରା ଉଦ୍ଧାର କରିଥିଲା । ଏହି ମାମଲାରେ ପୂର୍ବରୁ ମଧ୍ୟ ‘ସିବିଆଇ’ ଦିଲ୍ଲୀ ଓ ପାଟନାରେ ଲାଲୁ ଯାଦବ ଓ ତାଙ୍କ ପତ୍ନୀ ରାବ୍‌ଡ଼ୀ ଦେବୀଙ୍କୁ ଦୀର୍ଘ ସମୟ ଧରି ଜେରା କରିଥିଲା ।

Comments are closed, but trackbacks and pingbacks are open.